www.samajalive.in
Saturday, December 6, 2025
15.1 C
Bhubaneswar

ସ୍କ୍ରବ ଟାଇଫସ ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର: ସ୍କ୍ରବ ଟାଇଫସ୍‌‌ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ରୋଗର ସାମ୍ପ୍ରତିକ ପରିସ୍ଥିତି ବିଶେଷ କରି ସ୍କ୍ରବ ଟାଇଫସ ରୋଗର କାରଣ ଓ ଏହାର ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ନୀଳକଣ୍ଠ ମିଶ୍ର ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ବିଜୟ କୁମାର ମହାପାତ୍ରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଭାସୀ ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସାମିଲ ହୋଇଥିଲେ।
ସୂଚନା ଯୋଗ୍ୟ ଯେ, ସ୍କ୍ରବ ଟାଇଫସ ଏକ ପ୍ରକାର କୀଟର ଦଂଶନ ଯୋଗୁଁଁ ହୋଇଥାଏ। ଏଥିରେ ଜ୍ୱର, ମୁଣ୍ଡବିନ୍ଧା, ଦେହରେ ଘା ହେବା, ଶରୀରପୀଡ଼ା, ଦେହରେ ଲାଲ ଲାଲ ହୋଇ ଫଳିଯିବା ଭଳି ଲକ୍ଷଣ ଦେଖାଯାଉଛି। ଏହି ସବୁ ଲକ୍ଷଣ ଦେଖାଗଲେ କିମ୍ବା ଜ୍ୱର ବହୁତଦିନ ଧରି ଲାଗି ରହିଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାର” ମାନଙ୍କରେ ରକ୍ତ ପରୀକ୍ଷା କରି ରୋଗ ନିରୂପଣ କରାଯାଇପାରିବ। ଠିକ ସମୟରେ ଚିକିତ୍ସା କରାଗଲେ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇପାରିବ। ରକ୍ତ ପରୀକ୍ଷା ସୁବିଧା, ରୋଗ ନିରୂପଣ ଓ ଔଷଧ ସମସ୍ତ ଜିଲ୍ଲାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିଛି।
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ବିଭିନ୍ନ ସମୟରେ ପ୍ରକାଶିତ ନିର୍ଦ୍ଦେଶାବଳୀ ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଜିଲା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୌଣସି ବି ରୋଗ ନ ବଢିବା ପାଇଁ ବିଭିନ୍ନ ମାଧ୍ୟମରେ ଜନସଚେତନତାକୁ ବ୍ୟାପକ କରିବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲା କର୍ତ୍ତୃପକ୍ଷଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories