www.samajalive.in
Friday, December 12, 2025
14.1 C
Bhubaneswar

୧୦ ଲକ୍ଷ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଦେଶରେ ୧୦ ଲକ୍ଷ କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ପର୍ୟ୍ୟାପ୍ତ ଭିତ୍ତିଭୂମି ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ରାଜ୍ୟ ସରକାରଙ୍କ ସହାୟତାରେ ତାଲାବନ୍ଦର ଦୁଇ ମାସ ମଧ୍ୟରେ ଏହି ସଫଳତା ହାସଲ କରାଯାଇଛି ।
ନୀତି ଆୟୋଗ ସଦସ୍ୟ ଡକ୍ଟର ବି.କେ ପଲ କହିଛନ୍ତି ଯେ ଦୁଇ ମାସ ପୂର୍ବରୁ ଯେତେବେଳେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା, ସେତେବେଳେ ଦେଶରେ ଏହି ରୋଗ ପାଇଁ ଅଲଗା ବା ପୃଥକ ଡାକ୍ତରଖାନାଟିଏ ନଥିଲା । ଆଜି ଆମ ଦେଶରେ ୧,୦୯୩ଟି ସ୍ବତନ୍ତ୍ର ଡାକ୍ତରଖାନା ଅଛି ବୋଲି ସେ କହିଛନ୍ତି ।
ସ୍ବାସ୍ଥ୍ୟ ବିଭାଗର ତଥ୍ୟକୁ ଆଧାର କରି ଗଣମାଧ୍ୟମର ଏକ ରିପୋର୍ଟରୁ ପ୍ରକାଶ ଯେ ଏହି ଡାକ୍ତରଖାନାଗୁଡ଼ିକରେ ୧,୮୫,୩୦୬ଟି ଶଯ୍ୟା ଅଛି । ସେଥିମଧ୍ୟରୁ ୩୧,୨୫୦ଟି ଆଇସିୟୁ ରୁମ୍ ଅଛି । ଏହି ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ଭେଣ୍ଟିଲେଟରର ସୁବିଧା ଅଛି । ସେହିଭଳି ଏଠାରେ ୨,୪୦୨ କୋଭିଡ-୧୯ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଅଛି। ଯେଉଁ ରୋଗୀମାନଙ୍କର ଅବସ୍ଥା ଗୁରୁତର ନୁହେଁ ଏବଂ ଅମ୍ଳଜାନ ଆବଶ୍ୟକ କରନ୍ତି ନାହିଁ ସେମାନେ ଏଠାରେ ଚିକିତ୍ସିତ ହେଉଛନ୍ତି ।

ଦେଶରେ ପ୍ରାୟ ୬.୫ ଲକ୍ଷ ଶଯ୍ୟା ବିଶିଷ୍ଟ ୭,୦୧୩ କୋଭିଡ -୧୯ କେୟାର ସେଣ୍ଟର ମଧ୍ୟ ଅଛି। ଏଠାରେ ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କୁ ଚିକିତ୍ସା କରାଯିବ କିମ୍ବା ଭୂତାଣୁ ସଂକ୍ରମଣକୁ ରୋକା ଯାଇପାରିବ। ମୋଟାମୋଟି ଭାବେ ସମସ୍ତ ତିନୋଟି ବର୍ଗର ରୋଗୀଙ୍କ ପାଇଁ ମିଳିତ ଶଯ୍ୟା ସଂଖ୍ୟା ହେଉଛି ୯.୭୪ ଲକ୍ଷ । ଯଦି ଏଥିରେ ସଶସ୍ତ୍ର ବାହିନୀର ସ୍ୱାସ୍ଥ୍ୟ ସେବାକୁ ଯୋଗ କରାଯାଏ, ତେବେ ଏହି ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିବ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଆଇସିୟୁରେ ଅମ୍ଳଜାନ ସହାୟତା କିମ୍ବା ଚିକିତ୍ସା ପାଇଁ ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ପାଞ୍ଚ ପ୍ରତିଶତରୁ କମ୍ ଅଟେ । ୯୫ ପ୍ରତିଶତ ମଧ୍ୟରୁ କେବଳ ସେହି ବ୍ୟକ୍ତି ଯେଉଁମାନେ ପୂର୍ବରୁ କୌଣସି ରୋଗରେ ପୀଡିତ ଥିଲେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ ଜ୍ଝ ପ୍ରାୟ ୮୦ ପ୍ରତିଶତ ରୋଗୀ ଅଲଗା ରହିବା ଅବା ଆଇସୋଲେସନରେ ରହିବା ଆବଶ୍ୟକ କରନ୍ତି । ତେବେ ଆଗାମୀ ଦିନରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବଢି ପାରେ ବୋଲି ମନ୍ତ୍ରଣାଳୟ କହିଛି । ବର୍ତ୍ତମାନ ୪୧ ପ୍ରତିଶତ ରୋଗୀ ଆରୋଗ୍ୟ ହୋଇଛନ୍ତି ଏବଂ ୫୯ ପ୍ରତିଶତ ରୋଗୀ ସକ୍ରିୟ ଅଛନ୍ତି ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories