www.samajalive.in
Thursday, December 11, 2025
13.1 C
Bhubaneswar

ଲକଡାନ୍ ସମୟରେ ପିଲାଙ୍କ ପାଠ ପଢା ପାଇଁ ‘ଥିଙ୍କ ଜୋନ୍’ର ଭିନ୍ନ ପ୍ରୟାସ

‘ସମାଜ’ ପୋର୍ଟାଲ ଡେସ୍କ :  କୋଭିଡ-୧୯ ବା କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଏବେ ସାରା ଦେଶରେ ଲକଡାନ୍। ଏହି ସମୟରେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି ବନ୍ଦ । ପିଲାମାନେ ଠିକ୍ ଭାବେ ପାଠ ପଢି ପାରୁ ନାହାନ୍ତି । ତାଙ୍କ ପାଠ ପଢ଼ାରେ ଅବହେଳା ହେଉଛି । ତେଣୁ ଏହି ସମୟରେ ଘରେ ରହିଥିବା ପିଲାଙ୍କୁ ପାଠ ପଢାଇବା  ପାଇଁ ଆଗେଇ ଆସିଛି ସାମାଜିକ ସଂଗଠନ ‘ଥିଙ୍କ ଜୋନ୍’ ।  ପିଲାମାନଙ୍କ ପାଇଁ ‘ଥିଙ୍କ ଜୋନ୍’ ନେଇ ଆସିଛି ‘ଘରେ ରହି ଶିକ୍ଷା’ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ଅଭିଭାବକମାନଙ୍କ ପାଖରେ ସ୍ମାର୍ଟ୍ ଫୋନ୍ ଓ ଇଣ୍ଟରନେଟର ସୁବିଧା ନଥିଲେ ମଧ୍ୟ ସାଧାରଣ ଫୋନରୁ ୮୭୫୦-୮୨୯-୮୨୯  କୁ କଲ୍ କରି ଗତିବିଧି ମାଧ୍ୟମରେ ପିଲାମାନଙ୍କୁ କିପରି ପାଠ ପଢ଼ାଯାଇପାରିବ ଜାଣିପାରିବେ । ଏହି ଗତିବିଧିଗୁଡ଼ିକ ହେଉଛି  ଅତି ସରଳ ଓ କୌତୁକିଆ । ସବୁ ଅଭିଭାବକ ଏହାକୁ ସହଜରେ ବୁଝି ପିଲାଙ୍କୁ ପାଠ ପଢାଇ ପାରିବେ ।
୩ ରୁ ୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଥିବା ଗତିବିଧି ଗୁଡ଼ିକ ଅଙ୍ଗନୱାଡ଼ିରେ ପ୍ରଚଳିତ ନୂଆ ‘ଅରୁଣିମା’ର ଲକ୍ଷ୍ୟ ଓ କାର୍ଯ୍ୟକଳାପକୁ ନେଇ ହୋଇଛି । ସେହିପରି ପ୍ରଥମ ରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ଦିଆଯାଉଥିବା ଭାଷାଗତ ଏବଂ ଗାଣିତିକ ଦକ୍ଷତାର ଗତିବିଧି ଗୁଡ଼ିକ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଏନସିଆରଟିର କୋଭିଡ-୧୯ ପାଇଁ ଥିବା ପରିବର୍ତ୍ତିତ ପାଠ୍ୟକ୍ରମ ଦେଖି ଡିଜାଇନ୍ କରାଯାଇଛି ।
ଗତ ଏକ ମାସ ହେବ ‘ଥିଙ୍କ ଜୋନ୍’ର ଏହି କାର୍ଯ୍ୟକ୍ରମ ସାହାଯ୍ୟରେ ୫୦୦୦ରୁ ଉର୍ଦ୍ଧ୍ୱ ପିଲା ଘରେ ରହି ପାଠପଢ଼ିପାରୁଛନ୍ତି ଓ ଅଭିଭାବକମାନେ ମଧ୍ୟ ପିଲାଙ୍କ ଶିକ୍ଷାରେ ସାମିଲ ହୋଇପାରୁଛନ୍ତି ।

- Advertisement -

ସୂଚନା ଯୋଗ୍ୟ, ‘ଥିଙ୍କ ଜୋନ୍’ ହେଉଛି ଗୋଟିଏ ସାମାଜିକ ସଂଗଠନ । ବିନାୟକ ଆଚାର୍ଯ୍ୟ ଏହି ‘ଥିଙ୍କ ଜୋନ୍’ ସଂଗଠନ ଆରମ୍ଭ କରିଥିଲେ । ଯାହାକି ଏବେ ଓଡ଼ିଶାରେ ୩ ରୁ ୧୦ ବର୍ଷ ବୟସର ପିଲାମାନଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି । ଦୀର୍ଘ ୫ ବର୍ଷ ହେଲା ‘ଥିଙ୍କ ଜୋନ୍’ ଗ୍ରାମାଞ୍ଚଳରେ ବିଦ୍ୟାଳୟ, ଅଙ୍ଗନୱାଡ଼ି ଓ ଗୋଷ୍ଠୀ ଶିକ୍ଷକଙ୍କ ସହ ମିଶି ୫୦୦୦ରୁ ଉର୍ଦ୍ଧ୍ବ ପିଲାଙ୍କ ଭବିଷ୍ୟତ ଗଢିବାରେ ଲାଗିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories