www.samajalive.in
Wednesday, December 10, 2025
26.1 C
Bhubaneswar

ପୁଣି ଚର୍ଚ୍ଚାରେ ‘ଜ୍ୟୋତି କୁମାରୀ’ : ତାଙ୍କ ସାଇକେଲ ଚାଳନା ଦକ୍ଷତା ପରୀକ୍ଷା କରିବ ‘ସାଇ’

ନୂଆଦିଲ୍ଲୀ : ଜ୍ୟୋତି କୁମାରୀଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସାଇକେଲ ଚାଳନାରେ ଜ୍ୟୋତିଙ୍କ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
ଲକଡାଉନ୍ ସମୟରେ ବିହାରର ଏହି ଯୁବତୀ ଜ୍ୟୋତି କୁମାରୀ ଗୁରୁଗ୍ରାମରୁ ଦରଭଙ୍ଗା ପର୍ଯ୍ୟନ୍ତ ୧୨୦୦ କିଲୋମିଟରରୁ ଅଧିକ ଦୂର ସାଇକେଲ ଚଳାଇ ନିଜ ବାପାଙ୍କୁ ଘରକୁ ଫେରାଇ ଆଣିଥିଲେ । ତେଣୁ ତାଙ୍କର ସାଇକେଲ ଚାଳନା ଦକ୍ଷତା ପରୀକ୍ଷା କରିବାକୁ ସେ ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ)କୁ କହିଛନ୍ତି ।

- Advertisement -

ଶ୍ରୀ ରିଜିଜୁ ଏକ ଟୁଇଟ୍‌ରେ କହିଛନ୍ତି ଯେ ଯଦି ଜ୍ୟୋତି କୁମାରୀଙ୍କ ପାଖରେ ସମ୍ଭାବନା ଥାଏ ତେବେ ତାଙ୍କୁ ନୂଆଦିଲ୍ଲୀର ଆଇଜି ଷ୍ଟାଡିୟମ କମ୍ପ୍ଲେକ୍ସରେ ଥିବା ନ୍ୟାସନାଲ ସାଇକେଲ ଏକାଡେମୀରେ ପ୍ରଶିକ୍ଷକ ଭାବରେ ଚୟନ କରାଯିବ ।

ସୂଚନା ଯୋଗ୍ୟ, ଜ୍ୟୋତିଙ୍କ ଏହି ଅସାଧାରଣ କାର୍ଯ୍ୟକୁ ଚାରିଆଡେ ଉଚ୍ଚ ପ୍ରଶଂସା କରାଯାଇଛି । ସାମାଜିକ ଗଣ ମାଧ୍ୟମରେ ଜ୍ୟୋତିଙ୍କ ଭିଡିଓ ଭାଇରାଲ ହେବାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ବିଟ କରି ଜ୍ୟୋତିଙ୍କୁ ପ୍ରଶଂସା କରିଛନ୍ତି । ଲକଡାଉନ୍ ସମୟରେ ବିହାରର ଏହି ୧୫ ବର୍ଷ ବୟସ୍କା ଯୁବତୀ ଜ୍ୟୋତି କୁମାରୀ ୭ଦିନ ଧରି ସାଇକେଲ ଚଳାଇ ଗୁରୁଗ୍ରାମରୁ ଦରଭଙ୍ଗା ପର୍ଯ୍ୟନ୍ତ ୧୨୦୦କିଲୋମିଟରରୁ ଅଧିକ ଦୂରରେ ଥିବା ନିଜ ବାପାଙ୍କୁ ଘରକୁ ନେଇ ଆସି ଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories