ସମାଜ ଡିଜିଟାଲ ଡେସ୍କ: ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା ଯୋଗୁ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ୫ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଘଟଣାଟି ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଅନ୍ତର୍ଗତ ମୁରିବାହାଲ ହଳଦୀ ହାଇସ୍କୁଲର। ମାଟ୍ରିକ ପରୀକ୍ଷା ସମୟରେ ଏହି କେନ୍ଦ୍ରରେ କପି ହେବା ସହିତ ନାନା ପ୍ରକାର ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ କେନ୍ଦ୍ରର ଅଧୀକ୍ଷକଙ୍କ ସହ ୫ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।
Popular Categories



