www.samajalive.in
Saturday, December 13, 2025
18.1 C
Bhubaneswar

ମୁକ୍ତିଲାଭ ପୂର୍ବରୁ ଅର୍ଜୁନଙ୍କ ଚଳଚ୍ଚିତ୍ରକୁ ବଡ଼ ଝଟ୍‍କା ; ହଟାଇ ଦିଆଗଲା ବିବାଦୀୟ ଦୃଶ୍ୟ

ମୁମ୍ବଇ : ଅର୍ଜୁନ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’କୁ ମୁକ୍ତିଲାଭ ପୂର୍ବରୁ ଏକ ବଡ଼ ଝଟ୍‍କା ଲାଗିଛି। ୨୪ ମେ’ରେ ମୁକ୍ତିଲାଭ ହେବାକୁ ଥିବା ଏହି ଚଳଚ୍ଚିତ୍ରର କିଛି ଦୃଶ୍ୟ ଆପତ୍ତିଜନକ ଥିବା ଦର୍ଶାଇ ସେନ୍ସର ବୋର୍ଡ଼ ତାକୁ ହଟାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଦୃଶ୍ୟଗୁଡ଼ିକ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାର ଆଶଙ୍କା ଥିବା ଦର୍ଶାଇ ଏହାକୁ ଚଳଚ୍ଚିତ୍ରରୁ ହଟାଇ ଦିଆଯାଇଛି। ସେନ୍ସର ବୋର୍ଡ଼ ପକ୍ଷରୁ ନିର୍ମାତାଙ୍କୁ କୁହା ଯାଇଥିଲା ଯେ, ଚଳଚ୍ଚିତ୍ରରେ ଭଗବାନ କୃଷ୍ଣ ଓ କୋରାନ୍‍ ଉପରେ ଯେଉଁସବୁ ଡାଏଲଗ୍‍ ରହିଛି ଏହାକୁ ଶୁଣି ଦର୍ଶକ ଉତ୍ତ୍ୟକ୍ତ ହୋଇପାରନ୍ତି ଓ ଚଳଚ୍ଚିତ୍ରକୁ ନେଇ ବିବାଦ ଉପୁଜି ପାରେ। ତେଣୁ ଏହାକୁ ହଟାଇ ଦିଆଯାଉ। ସେନ୍ସର ବୋର୍ଡ଼ଙ୍କ କହିବା ଅନୁଯାୟୀ ନିର୍ମାତା ଚଳଚ୍ଚିତ୍ରରୁ ଉକ୍ତ ଦୃଶ୍ୟକୁ ହଟାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜକୁମାର ଗୁପ୍ତା ‘ଇଣ୍ଡିଆଜ୍‍ ମୋଷ୍ଟ ୱାଣ୍ଟେଡ଼୍‍’ର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ନିକଟରେ ରିଲିଜ୍‍ ହୋଇଥିବା ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକ ଖୁବ୍‍ ପସନ୍ଦ କରିଥିଲେ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories