ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ତୁମୁଡିବନ୍ଧ: ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଜାତୀୟ ସେବା ଯୋଜନା ତରଫରୁ ଆଧୁନିକ ଭାରତର ତଥା ଲୌହ ମାନବର ମହାନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବେଚ୍ଛାସେବୀ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ “ରନ ଫର ୟୁନିଟି” ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ସୁନିଲ କୁମାର ପାତ୍ର ପତାକା ଦେଖାଇ ଉଦଘାଟନ କରିଥିଲେ। ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିବା ଏବଂ ସମୃଦ୍ଧ ଭାରତ ଗଠନରେ ପଟେଲଙ୍କ ଅବଦାନକୁ ସର୍ବଦା ସ୍ମରଣ କରିବା ସଙ୍ଗେସଙ୍ଗେ ଆଧୁନିକ ଭାରତକୁ ଏକ ଭାରତ ଓ ଶ୍ରେଷ୍ଠ ଭାରତ ରୂପେ ଗଢ଼ି ତୋଳିବା ନିମନ୍ତେ ପ୍ରତ୍ୟେକ ଛାତ୍ରଛାତ୍ରୀ ଆଗେଇ ଆସିବା ନିମନ୍ତେ ଅଧ୍ୟକ୍ଷ ଶ୍ରୀ ପାତ୍ର କହିଥିଲେ। ଯୋଜନା ଅଧିକାରିଣୀ ଡ଼.ମଞ୍ଜୁଳା ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଏଥିରେ ଅଧ୍ୟାପକ ଭଞ୍ଜ କିଶୋର ନାୟକ, ଦୁଃଖୀଶ୍ୟାମ ମହାରଣା, ସତ୍ୟ ରଞ୍ଜନ ପାଣିଗ୍ରାହୀ, ସଞ୍ଜୟ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ପ୍ରକାଶ ଚନ୍ଦ୍ର ସାହୁ ଅଧ୍ୟାପିକା ଡ଼. ବନିତା ପଟ୍ଟନାୟକ, ପଦ୍ମାବତୀ ସାହୁ ପ୍ରମୁଖ ଗଣ ଦୌଡ଼ରେ ମହାବିଦ୍ୟାଳୟଠାରୁ ରାମପୁର ଛକ ପର୍ଯ୍ୟନ୍ତ ଯାଇଥିଲେ।
Comments are closed.