www.samajalive.in
Saturday, December 6, 2025
23.1 C
Bhubaneswar

ସିସିଡି ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ବାପାଙ୍କ ବିୟୋଗ

ବେଙ୍ଗାଲୁରୁ: କାଫେ କଫି ଡେ’(ସିସିଡି)ର ପ୍ରତିଷ୍ଠାତା ଭି.ଜି. ସିଦ୍ଧାର୍ଥଙ୍କ ମୃତ୍ୟୁର ୩ ସପ୍ତାହ ପରେ ତାଙ୍କ ବାପା ଗାଙ୍ଗେୟା ହେଗ୍‌ଡେଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କୁ ସନ୍ଥବେରୀ ଗୋପାଳ ଗୌଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଗତ ଜୁଲାଇ ୨୯ରେ ନେତ୍ରାବତୀ ନଦୀ ପୋଲ ଉପରୁ ସିଦ୍ଧାର୍ଥ ନିଖୋଜ ହୋଇଯାଇଥିଲେ। ପରେ ଜୁଲାଇ ୩୧ରେ ମାଙ୍ଗାଲୁରୁର ହୋଗିବଜାର ନିକଟ ନେତ୍ରାବତୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସିଦ୍ଧାର୍ଥଙ୍କ ବାପା ଗାଙ୍ଗେୟା ହେଗଡେ କର୍ଣ୍ଣାଟକର ଚିକ୍‌ମାଗାଲୁର ଜିଲାର ଜଣେ କଫି ଚାଷୀ ଥିଲେ। ପରେ ସେ ଏଥିରେ ସଫଳ ହେବା ସହିତ ପ୍ରତିଷ୍ଠିତ କଫି ବ୍ୟବସାୟୀ ଭାବେ ବହୁ ଖ୍ୟାତି ଅର୍ଜନ କରିଥିଲେ। ପରେ ସିଦ୍ଧାର୍ଥ ସିସିଡି ପ୍ରତିଷ୍ଠା କରିଥିଲେ। ଦେଶବ୍ୟାପୀ ଏହା କଫି ବ୍ୟବସାୟକୁ ଆଗକୁ ନେବାରେ ସଫଳ ହୋଇଥିଲା।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories