www.samajalive.in
Friday, December 12, 2025
15.1 C
Bhubaneswar

ସ୍କୁଲରେ କମିଲା ପାଠ: ନବମରୁ ଦ୍ୱାଦଶ ଯାଏଁ ୩୦% ପାଠ୍ୟକ୍ରମ ହ୍ରାସ କଲା ସିବିଏସଇ

ଦେଶରେ କରୋନା ପରିସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବଂ ଦୀର୍ଘ ୪ ମାସ ହେବ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, ସିବିଏସଇ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ କରିଛି। ଏ ନେଇ ସିବିଏସଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସରେ ସଂଶୋଧନ କରାଯାଇଛି।

ସିବିଏସଇ ବୋର୍ଡ ଅଧୀନରେ ଥିବା ବିଶେଷଜ୍ଞ କମିଟି ଓ ସିଲାବସ କମିଟିର ସୁପାରିଶ ଅନୁଯାୟୀ ଏଭଳି ବ୍ୟବସ୍ଥା କରାଯାଇଛି। ତେବେ ହ୍ରାସ ହୋଇଥିବା ସିଲାବସ୍ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଏବଂ ବର୍ଷ ଶେଷ ବୋର୍ଡ ପରୀକ୍ଷା ପାଇଁ ବିଷୟଗୁଡିକରେ ଅନ୍ତର୍ଭୁକ୍ତ ହେବ ନାହିଁ। ଅନ୍ୟ ପକ୍ଷରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ୍ୟ ସିଲାବସ ଏନସିଇଆରଟି ଦ୍ୱାରା ନିର୍ଦ୍ଧାରିତ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ସ୍ଥିର କରାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories