www.samajalive.in
Saturday, December 13, 2025
21.1 C
Bhubaneswar

ସମ୍ବଲପୁର ଜିଲାରେ ଆକ୍ରାନ୍ତ ସଂଖ୍ୟା ଟପିଲା ୧୦୦

ସମ୍ବଲପୁର: ସମ୍ବଲପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ୫୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରେ ସମ୍ବଲପୁର ଜିଲାର ଦୁଇ ମହିଳାଙ୍କ ସହ ୬ ଜଣ ଚିହ୍ନଟ ଅଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୧୦୪ରେ ପହଂଚିଛି। ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୭ ଜଣ ସକ୍ରିୟ ଅଛନ୍ତି। ଜିଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ସତର୍କତା ସ୍ୱରୂପ ଜିଲାପାଳ ଶୁଭମ ସାକ୍ସେନା ରବିବାର ୫ ତାରିଖ ସଟ୍‍ଡାଉନ ଘୋଷଣା କରିଥିଲେ। ଆଜି ଚିହ୍ନଟ ୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଜଣେ ମହିଳାଙ୍କ ସମେତ ୪ ଜଣ କର୍ମଚାରୀ ରହିଛନ୍ତି। ଏହାକୁ ମିଶାଇ କରୋନା ଆକ୍ରାନ୍ତ ଭିସୁଟ ସିଭିଲ ଇଞ୍ଜିନିୟରିଂ ମହିଳା ସହକାରୀ ପ୍ରଫେସରଙ୍କ ସଂସ୍ପର୍ଶରେ ଆସିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଂଚିଛି। ପୂର୍ବରୁ ଭିସୁଟର ୪ ଜଣ ଶିକ୍ଷକ ଓ କର୍ମଚାରୀ ଏବଂ ଜଣେ ଘରୋଇ ସହାୟିକା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେବି ଭିସୁଟର ୭୫ରୁ ଊର୍ଦ୍ଧ୍ବ ଶିକ୍ଷକ ଓ କର୍ମଚାରୀ ହୋମ୍‍ କ୍ୱାରେନ୍‍ଟାଇନ୍‍ରେ ରହିଛନ୍ତି। କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଦୃଷ୍ଟିରୁ ସମ୍ବଲପୁର ସଦର ଉପଜିଲାପାଳ ବୁର୍ଲା ପିସି ବ୍ରିଜରୁ ଫାଣ୍ଡି ଛକ, ପାଣିଟାଙ୍କି ପଡ଼ା ଓ ୱାନ୍‍ଆର କଲୋନୀ ଏବଂ ଚିପିଲିମା କର୍ଡୋଲା ଅଂଚଳରେ ବୁଧବାର ୮ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭିସୁଟ ସଟ୍‍ଡାଉନ କରିଥିବାବେଳେ ମଙ୍ଗଳବାରରୁ ୧୩ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଟ୍‍ଡାଉନ ଘୋଷଣା କରାଯାଇଛି।
ମଙ୍ଗଳବାର ଜିଲାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦିଲ୍ଲୀରୁ ଫେରିଥିବା ଜଣେ ୨୪ ବର୍ଷ ବୟସ୍କା ଯୁବତୀ ଯୁଯୁମୁରାରେ ସରକାରୀ କ୍ୱାରେନଟାଇନ ସେଂଟରରେ ଥିବାବେଳେ ଅନ୍ୟଜଣେ ଉତରପ୍ରଦେଶରୁ ଫେରିଥିବା ୧୫ ବର୍ଷ ବୟସ୍କ ବାଳକ ମହାନଗର ନିଗମ ଅଂଚଳର ଜମାଦାରପାଲି ସରକାରୀ କ୍ୱାରେନ୍‍ଟାଇନରେ ଥିଲେ ବୋଲି ଜଣାପଡ଼ିଛି। ଆଜି ଚିହ୍ନଟ ୬ ଜଣଙ୍କର କୌଣସିି ଲକ୍ଷଣ ନଥିଲା। ସମସ୍ତଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯିବା ସହ କଂଟାକ୍ଟ ଟ୍ରେସିଂ ଚାଲିଥିବା ଜିଲା ପ୍ରଶାସନ ସୂତ୍ରରୁ ପ୍ରକାଶ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories