www.samajalive.in
Saturday, December 13, 2025
21.1 C
Bhubaneswar

ଭିଡ଼ିଓ କନ୍ଫରେନ୍ସିଂରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ

ସମ୍ବଲପୁର,୭ା୭(ସହର): ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପଂଚମ ଏବଂ ପୂର୍ବର ଗଙ୍ଗାଧର ମେହେର ମହାବିଦ୍ୟାଳୟର ୭୬ତମ ପ୍ରତିଷ୍ଠା ଦିବସ ଅବସରରେ ଭର୍ଚୁଆଲ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କ଼ୁଳପତି ପ୍ରଫେସର ଅତନୁ କୁମାର ପତିଙ୍କ ପୌରହିତ୍ୟରେ ଆୟୋଜିତ ସମାରୋହରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଡ. ଅଶୋକ କୁମାର ଦାସ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ଗତ ୫ ବର୍ଷରେ ବିଶ୍ୱବିଦ୍ୟାଳୟର ଉନ୍ନତିକୁ ନେଇ ପ୍ରଶଂସା କରିବା ସହ ଦୀର୍ଘସୂତ୍ରୀ ବିକାଶ ଯୋଜନା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଉପକୁଳସଚିବ ଉମାଚରଣ ପତି ଅତିଥି ପରିଚୟ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ। କୁଳପତି ପ୍ରଫେସର ପତି ସ୍ୱାଗତ ଭାଷଣରେ ଜିଏମୟୁର ଉପଲବ୍ଧି ଓ ଆଗାମୀ ଦିନର ରୋଡ଼ ମ୍ୟାପ ସଂକ୍ରାନ୍ତରେ ସୂଚନା ଦେବା ସହ ଶେଷ ପ୍ରତିଷ୍ଠା ଦିବସ ହୋଇଥିବାରୁ ଏହାପରେ ଯେତେ ଦୂରରେ ରହିଲେ ବି ଅନୁଷ୍ଠାନର ବିକାଶ ପ୍ରକ୍ରିୟାରେ ଜଡ଼ିତ ରହିବି ବୋଲି କହିଥିଲେ। ଶେଷରେ କୁଳସଚିବ ଗିରୀଶ ଚନ୍ଦ୍ର ସିଂହ ଧନ୍ୟବାଦ ଅର୍ପଣ କରଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଭୀମଭୋଇ ଚେୟାର ଦ୍ୱାରା ପ୍ରସ୍ତୁତ ତ୍ରୟମାସିକ ନିଉଜ୍‍ ଲେଟର୍‍ ‘ମହିମା’ ଉନ୍ମୋଚିତ ହୋଇଥିଲା। ଏହାସହ ଜନାର୍ଦ୍ଦନ ପୂଜାରୀ ପିଜି ଛାତ୍ରାବାସ ପାର୍ଶ୍ବରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଯାଉଥିବା ବିଶ୍ୱବିଦ୍ୟାଳୟର ତିନିମହଲା ବିଶିଷ୍ଟ ନୂତନ ପ୍ରଶାସନିକ କୋଠାର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଅନ୍‍ଲାଇନ୍‍ରେ ଗୁଗୁଲ ମିଟ୍‍ ଆପ୍‍ ମାଧ୍ୟମରେ କରାଯାଇଥିବା ପ୍ରତିଷ୍ଠା ଦିବସର ଭର୍ଚୁଆଲ ସମାରୋହରେ ପୂର୍ବତନ କୁଳପତି ପ୍ରଫେସର ସୁଧାଂଶୁ ଶେଖର ରଥ, ସିଣ୍ଡିକେଟ ଓ ସିନେଟ ସଭ୍ୟ, ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ତଥା ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories