www.samajalive.in
Saturday, December 13, 2025
21.1 C
Bhubaneswar

ନାବାଳିକା ଗର୍ଭପାତ: ପୁଲିସ ବାବୁଙ୍କ ପରେ ଗିରଫ ହେଲେ ଡ଼ାକ୍ତର

ସୁନ୍ଦରଗଡ଼/କୁଆଁରମୁଣ୍ଡା: ବୀରମିତ୍ରପୁର ନାବାଳିକା ଗର୍ଭପାତ ଓ ଦୁଷ୍କର୍ମ ମାମଲା ତଦନ୍ତ ଆଜି ଏକ ନୂଆ ମୋଡ଼ ନେଇଛି। ଅପ୍ରାଶିତ ଭାବେ କ୍ରାଇମବ୍ରାଞ୍ଚ ଟିମ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ତଥା ଅଧୀକ୍ଷକ ଡା.ଦେବାଶିଷ ଘୋଷଙ୍କ ଘରେ ପହଞ୍ଚି ଥାନାକୁ ଯିବାକୁ କହିବା ସହ ଗିରଫ ମେମୋରେ ତାଙ୍କ ପରିବାର ଲୋକଙ୍କଠାରୁ ଦସ୍ତଖତ କରାଇ ନେଇଥିଲେ। କିଛି ସମୟ ବୀରମିତ୍ରପୁର ଥାନାରେ ରହିବା ପରେ ସିଧାସଳଖ ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ଜଜ୍‍ ଅଶ୍ୱିନ କୁମାର ନାଏକଙ୍କ ଅତାଲତରେ ହାଜର କରାଯାଇଥିଲା। ଏଠାରେ ଡା.ଘୋଷଙ୍କ ଓକିଲ ଶ୍ରୀ ଦାଶ ତାଙ୍କ ଜାମିନ ଆବେଦନ ସମ୍ପର୍କିତ ନଥିପତ୍ର ଦାଖଲ କରିଥିଲେ। ତେବେ ପବ୍ଲିକ ପ୍ରସିକ୍ୟୁଟର ଅବଦୁଲ ସମିମ ଅଖତର ଜାମିନ ଆବେଦନକୁ ବିରୋଧ କରିଥିଲେ, ହେଲେ ଜଜ୍‍ ଶ୍ରୀ ନାଏକ ମକୋଦ୍ଦମାର ସବିଶେଷ ବିବରଣୀ (ଅପ୍‍ ଟୁ ଡେଟ୍‍ ସିଡି) ଆସନ୍ତା ୧୬ ତାରିଖ ଦିନ ଅଦାଲତରେ ଦାଖଲ କରିବା ସହ ଏହି ଦିନ ପୀଡ଼ିତାଙ୍କୁ ମଧ୍ୟ ଅଦାଲତରେ ହାଜର କରିବା ପାଇଁ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ମହିଳା ଡିଏସପି ଏସ.ଏଲ.ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଡାକ୍ତରଙ୍କୁ ଅଦାଲତରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଡାକ୍ତରଙ୍କ ଗିରଫଦାରୀ ବୀରମିତ୍ରପୁର ଅଞ୍ଚଳରେ ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଯାଇଥିଲା। ଫଳରେ ଏହି ମାମଲାର ଗିରଫଦାରୀ ସଂଖ୍ୟା ୨ରେ ପହଞ୍ଚିଥିଲେ ହେଁ ପୀଡ଼ିତାଙ୍କ ପ୍ରଥମ ଅଭିଯୋଗ ଅନୁସାରେ ତାଙ୍କ ତଥାକଥିତ ଦୁଇ ପ୍ରେମିକ, ସାବତବାପା ଓ ବୀରମିତ୍ରପୁର ଥାନାର ଅନ୍ୟଜଣେ କର୍ମଚାରୀଙ୍କୁ ଏଯାଏ ପୁଲିସ ପକ୍ଷରୁ ଗିରଫ କରାଯାଇ ପାରିନାହିଁ। ଅପରପକ୍ଷରେ ଗତକାଲି ​‌େ​‌ପାକ୍‍ସୋ ଅଦାଲତ ଦେଇଥିବା ନିର୍ଦେଶ ଅନୁସାରେ ବୀରମିତ୍ରପୁର ଥାନାର ପୁରୁଷ ହୋମଗାର୍ଡ଼ ଓ ମହିଳା କନେଷ୍ଟବଳଙ୍କ ରାଉରକେଲା ଏସଡିଜେଏମଙ୍କ କୋର୍ଟରେ ୧୬୪ ଧାରା ନୁସାରେ ବୟାନ ରେକର୍ଡ଼ କରାଯାଇଥିବାର ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ତାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି ଅଭିଯୁକ୍ତଙ୍କ ବିରୋଧରେ ଠୋସ ପ୍ରମାଣ ଯୋଗାଡ଼ କରିବା ପାଇଁ ଲାଗି ପଡ଼ିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ଉପରେ କେତେ ଜୋର ଦେଉଛି ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories