ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିଲା ମୋଟର ଯାନ ଟିକସ ପଇଠ ଅବଧି

ଭୁବନେଶ୍ବର: ମୋଟର ଗାଡ଼ି/ଅତିରିକ୍ତ ଟିକସ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଏପ୍ରିଲ୍‌-ଜୁନ୍‌ର ମାଲ୍‌ବାହୀ ଗାଡ଼ି ଟିକସ ପୈଠ ଅବଧି ଜୁଲାଇ ୧୫ ଯାଏ ବଢ଼ାଇ ଦିଆଯାଇଛି ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଲକ୍‌ଡାଉନ୍‌ ପାଇଁ ଗାଡ଼ି ଟିକସ ପୈଠ କରିପାରିନଥିବା ମାଲିକ ଆଶ୍ବସ୍ତି ଅନୁଭବ କରିଛନ୍ତି।

Comments are closed.