www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ପରିଚାଳିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ ଭାଷା ପରୀକ୍ଷା ଦେବାକୁ ଥିବାବେଳେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଉଦ୍ୟୋଗୀ ବିଷୟରେ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ପୂର୍ବାହ୍ଣ ୧୦ଟାରେ ପରୀକ୍ଷା କକ୍ଷକୁ ପ୍ରବେଶ କରିବେ। ପୂର୍ବାହ୍ଣ ସାଢେ ୧୦ଟାରୁ ଅପରାହ୍ଣ ସାଢେ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଦଶମ ଶ୍ରେଣୀ ପରୀକ୍ଷା ଆଜିଠୁ ମାର୍ଚ୍ଚ ୧୮ପର୍ଯ୍ୟନ୍ତ ଚାଲିବ। ସେହିଭଳି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆଜିଠୁ ଏପ୍ରିଲ ୪ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସିବିଏସଇ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଫେବୃଆରୀ ୧୭ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମ୍ୟୁଜିକ୍, ୨୦ରେ ବିଜ୍ଞାନ, ୨୫ରେ ଏଆଇ, ୨୭ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୮ରେ ଗଣିତ, ୧୨ରେ ଆଞ୍ଚଳିକ ଭାଷା, ୧୩ରେ ଗୃହ ବିଜ୍ଞାନ ଏବଂ ମାର୍ଚ୍ଚ ୧୮ରେ କମ୍ପ୍ୟୁଟର ଆପ୍ଲିକେଶନ ବିଷୟ ପରୀକ୍ଷା ରହିଛି। ଦ୍ବାଦଶ ବିଦ୍ୟାର୍ଥୀ ୧୭ରେ ଶାରୀରିକ ଶିକ୍ଷା, ୧୮ରେ ମ୍ୟୁଜିକ, ୧୯ରେ ଖାଦ୍ୟ ଉତ୍ପାଦ, ୨୦ରେ କମ୍ପ୍ୟୁଟର ଆପ୍ଲିକେଶନ, ୨୧ରେ ପଦାର୍ଥ ବିଜ୍ଞାନ, ୨୨ରେ ବାଣିଜ୍ୟ, ୨୩ରେ ଭୂଗୋଳ, ୨୭ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୮ ଗଣିତ, ୧୯ରେ ଅର୍ଥନୀତି, ୨୨ରେ ରାଜନୀତି ବିଜ୍ଞାନ, ୨୪ରେ ସଂସ୍କୃତ, ୨୫ରେ ଉଭିଦ ବିଜ୍ଞାନ, ୨୭ରେ ସାମାଜିକ ବିଜ୍ଞାନ, ଏପ୍ରିଲ ୨ରେ ଆଞ୍ଚଳିକ ଭାଷା, ୩ରେ ଗୃହ ବିଜ୍ଞାନ ଏବଂ ଏପ୍ରିଲ ୪ରେ ମନୋବିଜ୍ଞାନ ପରୀକ୍ଷା ରହିଛି। ସୂଚନାଯୋଗ୍ୟ, ୨୦୨୪-୨୫ ଶିକ୍ଷାବର୍ଷରେ ପ୍ରାୟ ୪୨ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବେ। ଏଥିପାଇଁ ୨୬ଦେଶରେ ୭୮୪୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories