ରାବଡ଼ିଙ୍କ ଘରେ ସିବିଆଇ ଚଢ଼ଉ; ତେଜସ୍ୱୀଙ୍କୁ ଜେରା
ପାଟନା : ରେଳବାଇ ଟେଣ୍ଡର ଅନିୟମିତତା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଲ୍ରେ ଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବଡ଼ୀ ଦେବୀଙ୍କ ଘର ଉପରେ ସିବିଆଇ ମଙ୍ଗଳବାର ଚଢ଼ଉ କରିଛି। ଏହାଛଡ଼ା ତାଙ୍କ ପୁଅ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଜେରା କରିଛି। ଗତ ଜୁଲାଇ ମାସରେ ସିବିଆଇ ଆଇଆରସିଟିସିକୁ ବେଆଇନ ଭାବେ ରାଞ୍ଚି ଓ ପୁରୀରେ ଥିବା ରେଳବାଇ ହୋଟେଲକୁ ଟେଣ୍ଡର ପ୍ରଦାନରେ ଅନିୟମିତତା ନେଇ ମାମଲା ରୁଜୁ କରିଥିଲା ଓ ଏଥିରେ ଲାଲୁ, ରାବଡ଼ୀ ଓ ତେସ୍ୱୀଙ୍କ ସହ ଅନ୍ୟ କେତେଜଣଙ୍କୁ ପକ୍ଷଭୁକ୍ତ କରିଥିଲା। ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ରେଳବାଇ ମନ୍ତ୍ରୀ ଥିବାବେଳେ ବେଆଇନ ଭାବେ ଆଇଆରସିଟିସି ମାଧ୍ୟମରେ ଘରୋଇ ହୋଟେଲଙ୍କୁ ଫାଇଦା ଦେଇଥିଲେ। ଏହି ମାମଲରେ ମଙ୍ଗଳବାର ଅପରାହ୍ଣରେ ପାଟନାସ୍ଥିତ ରାବଡ଼ିଙ୍କ ବାସଭବନ ଉପରେ ସିବିଆଇ ଅଧିକାରୀମାନେ ଚଢ଼ଉ କରିଥିଲେ। ଏଥିସହିତ ତେଜସ୍ୱୀଙ୍କୁ ଦୀର୍ଘ ୪ଘଣ୍ଟା ଧରି ଜେରା କରିଥିଲେ।