www.samajalive.in
Wednesday, December 10, 2025
16.1 C
Bhubaneswar

ମୋଟାପଣର କାରଣ

କାନାଡାର ଗବେଷକ ଦଳ ନିକଟରେ ସଂଖ୍ୟାଧିକ ଲୋକଙ୍କୁ ନେଇ ଏକ ପରୀକ୍ଷା କରିଥିଲେ। ନାନାପ୍ରକାର ପରୀକ୍ଷାନିରୀକ୍ଷା ସହ ସନ୍ତୁଳିତ ଭୋଜନରେ କେତେଜଣଙ୍କ ଓଜନ ନିୟନ୍ତ୍ରଣ ହୋଇଥିଲା। ହେଲେ ଅନ୍ୟ କୋତଜଣଙ୍କ ଓଜନ କମିବା ବଦଳରେ ଦିନକୁଦିନ ବଢ଼ିବାକୁ ଲାଗିଲା। ଗବେଷକମାନେ ଏହାର କାରଣ ଖୋଜିବାକୁ ତତ୍‍କ୍ଷଣାତ୍‍ ଲାଗିପଡ଼ିଲେ।
• ଆମେରିକାରେ ଉପଲବ୍ଧ ହେଉଥିବା ଏକ ନାମକରା କମ୍ପାନୀର ହ୍ୟାଣ୍ଡ ୱାଶ କାରଣରୁ ଲୋକେ ମୋଟା ହେଉଥିବାର ତଥ୍ୟ ଜଣାପଡ଼ିଲା। ହ୍ୟାଣ୍ଡ ୱାଶରେ ଟ୍ରିକଲୋସାନ୍‍ ନାମକ ଆଣ୍ଟି-ବ୍ୟାକ୍ଟେରିଆ ତତ୍ତ୍ୱ ହର୍ମୋନ୍‍ ସିଷ୍ଟମ୍‍କୁ ପ୍ରଭାବିତ କରୁଥିବାରୁ ଲୋକେ ମୋଟା ହେଉଥିବାର ଗବେଷରୁ ପ୍ରକାଶ। ଆମେରିକାର କେତୋଟି ଅଞ୍ଚଳରେ ଏବେ ଏହି ହ୍ୟାଣ୍ଡ ୱାଶ ବିକ୍ରି ନେଇ କଟକଣା ଲାଗୁ କରାଯାଇଛି।
• ସୋସିଆଲ ସାଇଟ୍‍ରେ ଅନ୍‍-ଲାଇନ୍‍ ରହୁଥିବାବେଳେ ଯୁବପିଢ଼ି ଆବଶ୍ୟକତା ଠାରୁ ଅଧିକ ଖାଉଥିବାର ପ୍ରକାଶ।
• ନିଜ ପ୍ରିୟ ବ୍ୟଞ୍ଜନକୁ ଟେଲିଭିଜନ କିମ୍ବା ରେସ୍ତୋରାଁରେ ଦେଖିବା ମାତ୍ରେ ଏଡ୍ରେନାଲିନ୍‍ ଓ ଏଡ୍ରେନାଲାଇନ୍‍ ନାମକ ହରମୋନ୍‍ ବାହାରୁଥିବାରୁ ମଧ୍ୟ ମୋଟାପଣ ବଢ଼ିଥାଏ।
• ଲୁଣ ଅଧିକ ପରିମାଣରେ ଖାଉଥିବା ଲୋକଙ୍କ ପେଟ ଫୁଲିବା ସହ ଓଜନ ବଢ଼େ।
• ପ୍ଲାଷ୍ଟିକ୍‍ ବୋତଲରେ ପାଣିପିଇବା ମଧ୍ୟ କ୍ଷତିକାରକ। ଏଥିରେ ଥିବା ଏକ ପ୍ରକାର ରାସାୟନିକ ଦ୍ରବ୍ୟ ମୋଟା କରାଉଥିବାର ଗବେଷକଙ୍କ ମତ।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories