www.samajalive.in
Monday, December 15, 2025
26.1 C
Bhubaneswar

ବିଲେଇ ପରି ହେବାକୁ ଶରୀରରେ ୨୨ ପରିବର୍ତ୍ତନ

ରୋମ: ବିପୁଳ ବ୍ୟୟ କରି ଜାପାନର ଜଣେ ବ୍ୟକ୍ତି ଗତ ବର୍ଷ ନିଜକୁ କୁକୁର ରୂପେ ପରିବର୍ତ୍ତିତ କରି ଚର୍ଚ୍ଚାକୁ ଆସିଥିବାବେଳେ ସମ୍ପ୍ରତି ଇଟାଲୀର ୨୨ ବର୍ଷୀୟା ଚିଆରା ଡେଲ୍‌’ ଆବେଟ୍‌ ନିଜକୁ ବିଲେଇ ଭାବେ ସଜାଇବା ପାଇଁ ଅନେକ ଟାଟୁ ସହ ଅସ୍ତ୍ରୋପଚାର ମାଧ୍ୟମରେ ଶରୀରରେ ୨୦ଟି ପରିବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏଇଡିନ୍‌ ମଡ୍‌ ନାମରେ ପରିଚିତ ଚିଆରା ୧୧ ବର୍ଷ ବୟସରୁ ଏଭଳି ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୨ଟି ଛୋଟ ବଡ଼ ଅସ୍ତ୍ରୋପଚାର ବା ସିଲେଇ କରିସାରିଲେଣି ବୋଲି କହିଛନ୍ତି। ସେ ୪ଟି ସିଂଘ, ଆଖି ପତା ଟାଟୁ, ସ୍ଥାୟୀ ଆଖି ପତା, ମୁନିଆ କାନ, କପାଳରେ ‘ଓମ୍‌’ ସହିତ ଏକାଧିକ ଚିତ୍ର, ପଞ୍ଝା ପରି ନଖ, କଟା ଜିଭ ସହ ଓଠ ଓ ନାକରେ ପରିବର୍ତ୍ତନ କରିଛନ୍ତି। ମଣିଷ ଶରୀରକୁ ଏତେ ଭାବରେ ପରିବର୍ତ୍ତନ କରାଯାଇପାରେ ବୋଲି ଭାବି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ନିଜକୁ ଏକ କାର୍ଟୁନ୍‌ ଚରିତ୍ରର ବିଲେଇ ରୂପରେ ସଜାଇ ଖୁବ୍‌ ଆନନ୍ଦିତ ବୋଲି ଚିଆରା କହିଛନ୍ତି।

https://samajalive.in/egypt-opened-gate/509348.html

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories