www.samajalive.in
Tuesday, December 9, 2025
26.1 C
Bhubaneswar

ବର୍ଷାଦିନିଆ ମୋବାଇଲ୍‍ ଫୋନ୍‍ ଟିପ୍ସ

ବର୍ଷା ଋତୁ ଆରମ୍ଭ ହୋଇଗଲାଣି। ଯେତେ ସଚେତନ ହେଲେ ମଧ୍ୟ ଅନେକ ସମୟରେ ନିଜ ଜରୁରୀ ଜିନିଷଗୁଡ଼ିକ ବର୍ଷା ପାଣିରେ ଭିଜିଯାଏ। ତେବେ ଆମର ନିତ୍ୟବ୍ୟବହାର୍ଯ୍ୟ ମୋବାଇଲ୍‍ ଫୋନ୍‍ଟି ବର୍ଷାରେ ଓଦା ହୋଇଗଲେ ସବୁ ଅଚଳ। କାରଣ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯିବ କହିଲେ ଚଳେ। ଓଦା ହେବା ପରେ ମୋବାଇଲ୍‍ ଫୋନ୍‍କୁ ସତର୍କତାର ସହ ବ୍ୟବହାର କରିବା ଉଚିତ।

• ଯଦି କେତେବେଳେ ମୋବାଇଲ୍‍ ଫୋନ୍‍ ଓଦା ହୋଇଗଲା, ତୁରନ୍ତ ଏହାକୁ ସ୍ୱିଚ୍‍ ଅଫ୍‍ କରିବା ଜରୁରୀ। କାରଣ ପାଣି ଫୋନ୍‍ ଭିତରକୁ ଚାଲିଗଲେ, ସଟ୍‍ ସର୍କିଟ୍‍ ହେବାର ସମ୍ଭାବନା ଅଛି।
• ଏହା ପରେ ବ୍ୟାଟେରିକୁ ପଛପଟୁ କାଢ଼ିବା ଦରକାର।
• ଫୋନ୍‍ର ସିମ୍‍କାର୍ଡ, ମେମୋରୀ କାର୍ଡ, କଭର ଇତ୍ୟାଦିକୁ ଅଲଗା ରଖନ୍ତୁ। ଏସବୁକୁ ଟିସୁ ପେପରରେ ସଫା କରିନେବା ଉଚିତ।
• କେବେହେଲେ ଚିରାକାଗଜ କିମ୍ବା ଖବରକାଗଜରେ ଏସବୁକୁ ସଫା କରିବେନି।
• ଯେଉଁ ଫୋନ୍‍ରେ ବ୍ୟାଟେରି କାଢ଼ିବା ସୁବିଧା ନାହିଁ ସେଥିରେ ପାୱାର ବଟନ୍‍କୁ ବନ୍ଦ କରିବା ଦରକାର।
• ଯଥା ଶୀଘ୍ର ଫୋନ୍‍କୁ ଶୁଖାଇନେବା ଜରୁରୀ।
• ଏହା ପରେ ଫୋନ୍‍କୁ ନେଇ ଚାଉଳ ଡବା ମଧ୍ୟରେ ବନ୍ଦ କରି ୧୦ ରୁ ୧୫ ମିନିଟ୍‍ ରଖନ୍ତୁ। ଦେଖିବେ, ଫୋନ୍‍ଟି ଶୀଘ୍ର ଶୁଖିଯିବ।
• ଫୋନ୍‍ର ସମସ୍ତ ଜିନିଷ ଶୁଖିବା ପରେ ମଧ୍ୟ ୨୪ ଘଣ୍ଟା ଅପେକ୍ଷା କରନ୍ତୁ।
• ଘରେ ଡ୍ରାଏର ଥିଲେ, ହାଲୁକା ଭାବରେ ଫୋନ୍‍ ନିକଟରେ ଚଳାଇବା ଦରକାର।
• ଏହା ମଧ୍ୟ ଧ୍ୟାନରେ ରଖିବା ଉଚିତ ଯେ ଫୋନ୍‍ ସମ୍ପୂର୍ଣ୍ଣ ଓଦା ଥିଲେ, ଡ୍ରାଏର ସାହାଯ୍ୟରେ ଶୁଖାଇଲେ ଫୋନ୍‍ ଅକାମୀ ହୋଇପାରେ। ସେଥିପାଇଁ ଭଲଭାବରେ ଶୁଖିବା ପରେ ଡ୍ରାଏର ପବନ ଏହା ନିକଟରେ ଚଳାଇବା ଦରକାର।
• ଫୋନ୍‍ ଶୁଖିବାର ୨୪ ଘଣ୍ଟା ପରେ ବ୍ୟବହାର କରନ୍ତୁ। କିଛି ଅସୁବିଧା ହେଲେ ଦୋକାନରେ ଦେଖାଇନେବା ଭଲ।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories