ବିରୂପା ନଦୀରୁ କାର୍ ଉଦ୍ଧାର, କାର୍ରେ କେହି ନଥିବା ସୂଚନା
କଟକ- କଟକ ବିରୂପା ନଦୀରେ କାର୍ ଖସି ପଡିବା ଘଟଣା । କାର୍କୁ ତିରିଶ ଫୁଟ ପାଣି ଭିତରୁ ଓଡ୍ରାଫ୍ ଟିମ୍ ଏବଂ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଛି । କାର୍ ଭିତରେ କେହି ନଥିବା କଥା ଓଡ୍ରଫ୍ ଟିମ୍ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଜଗତପୁରର ପଣ୍ତାସାହି ନିକଟରେ ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡିଛି ଚଳନ୍ତା କାର୍ । ସୂଚନାଯୋଗ୍ୟ ଭୁବନେଶ୍ଵର ରୁ କଟକ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସି ପଡିଛି । କାର୍ ଭିତରେ ୨ ଜଣ ଥିବା ପ୍ରାଥମିକ ସୂଚନା ମିଳିଥିଲା । ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଙ୍କୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକ ଜଣଙ୍କୁ ଉଦ୍ଧାର କରିଥିଲେ ।
ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ , ସ୍କୁବା ଡ୍ରାଇଭର ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ , ସ୍କୁବା ଡ୍ରାଇଭର କର୍ମଚାରୀ ମାନଙ୍କୁ ନିୟୋଜିତ ହୋଇଥିଲେ । ନଦୀ ଭିତରେ କାର୍କୁ ଉଦ୍ଧାର କରାଯାଇଛି ।



