www.samajalive.in
Saturday, December 6, 2025
16.1 C
Bhubaneswar

ଦୁଃଖଦ: ଭାରସାମ୍ୟ ହରାଇ ନଦୀକୁ ଖସିଲା ବରଯାତ୍ରୀ ଗାଡ଼ି, ବର ସମେତ ୯ ମୃତ

କୋଟା: ରାଜସ୍ଥାନର କୋଟା ଜିଲାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ କୋଟାର ନୟାପୁରା କଲଭର୍ଟରୁ ଚମ୍ବଲ ନଦୀକୁ ଖସିପଡ଼ିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି। ମିଳିଥିବା ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ବର ମଧ୍ୟ ସାମିଲ। ପୁଲିସ ବର୍ତ୍ତମାନ ଗାଡ଼ିକୁ ବାହାରକୁ ଆଣିବାକୁ ଚେଷ୍ଟା ଜାରି ରଖିଛି।

ସୂଚନା ଅନୁସାରେ, ବରପକ୍ଷ ଲୋକ ସୱାଇ ମାଧୋପୁରରୁ ସକାଳ ୫ଟା ୩୦ ସମୟରେ ବରଯାତ୍ରୀ ଧରି ଉଜ୍ଜୈନ ଅଭିମୁଖେ ଯାଉଥିଲେ। ଏହି ସମୟରେ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ କୋଟା ସ୍ଥିତ ନୟାପୁରା କଲଭର୍ଟରୁ ଚମ୍ବଲ ନଦୀକୁ ଖସି ପଡ଼ିଥିଲା। କାରରେ ଥିବା ଲୋକମାନେ ଗାଡ଼ି କାଚ ଖୋଲିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ କେବଳ ଗୋଟିଏ କାଚ ଖୋଲି ପାରିଥିଲେ, ଯେଉଁ କାରଣରୁ କାରରେ ହିଁ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣଙ୍କ ମୃତଦେହ ନଦୀରେ ବହୁ ଦୂରକୁ ଭାସି ଯାଇଥିଲା। ସକାଳେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପୁଲିସର ଗୋତାଖୋର ଟିମ୍‌ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତଦେହ ଉଦ୍ଧାର କରିସାରିଛି ଏବଂ ଯାଞ୍ଚ ଜାରି ରଖିଛି। ସମସ୍ତ ମୃତଦେହକୁ ଏମବିଏସ ଡାକ୍ତରଖାନା ପଠାଯାଇଛି।

- Advertisement -

 

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories