www.samajalive.in
Saturday, December 6, 2025
26.1 C
Bhubaneswar

ସାମ୍ପ୍ରଦାୟିକ ସମନ୍ୱୟର ନିଆରା କାହାଣୀ: ୫୦ ବର୍ଷ ହେଲାଣି ମସଜିଦ ଦାୟିତ୍ୱରେ ହିନ୍ଦୁ ପରିବାର

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାର କଥା, କାହାଣୀ ନୁହେଁ କି କଳ୍ପନା ନୁଁହେବ, ସାମ୍ପ୍ରଦାୟିକ ସୌହାର୍ଦ୍ୟର ସତ ଘଟଣା। ଏକ ହିନ୍ଦୁ ପରିବାର ଗତ ୫୦ ବର୍ଷ ଧରି ସେଠାରେ ବରସାତରେ ଥିବା ଅମାନତି ମସଜିଦର ତଦାରଖକାରୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଉତ୍ତର ୨୪ ପ୍ରଗଣାର ବରସାତର ବରିଷ୍ଠ ନାଗରିକ ଦୀପକ କୁମାର ବୋଷ ଏବଂ ତାଙ୍କ ପୁଅ ପାର୍ଥ ସାରଥୀ ବୋଷ ଆଜିର ଦୁନିଆରେ ହିନ୍ଦୁ-ମୁସଲମାନ ଏକତାର ଉଦାହରଣ ସୃଷ୍ଟି କରୁଛନ୍ତି।

ବୋଷ ପରିବାର ଅମାନତୀ ମସଜିଦ୍ ମସଜିଦକୁ ନବୀକରଣ କରିଛନ୍ତି ଏବଂ ଗତ ୫୦ ବର୍ଷ ଧରି ଦୀପକ ବୋଷ ଜଣେ ତଦାରଖକାରୀ ଭାବରେ ପ୍ରତିଦିନ ମସଜିଦକୁ ଯିବା ସହ ଏହାକୁ ସଫାସୁତୁରା କରିଥାନ୍ତି ଯାହା ଫଳରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଆରମ୍ଭରେ ପ୍ରାର୍ଥନା କରିପାରିବେ। ନବୋପାଲ୍ଲୀ ଅଞ୍ଚଳରେ ଅବସ୍ଥିତ ଏହି ଅମାନତୀ ମସଜିଦ ହିନ୍ଦୁମାନଙ୍କ ଦ୍ୱାରା ପରିଚାଳିତ।

- Advertisement -

ଦୀପକ କୁମାର ବୋଷକହିଛନ୍ତି, ଆମେ ଏହାର ନବୀକରଣ କରିବାକୁ ସ୍ଥିର କଲୁ ଏବଂ ସେବେଠାରୁ ଆମେ ଏହି ମସଜିଦର ଯତ୍ନ ନେଉଛୁ। ବିଭିନ୍ନ ସ୍ଥାନରୁ ମୁସଲମାନ ସମ୍ପ୍ରଦାୟ ଆସି ଏଠାରେ ପ୍ରାର୍ଥନା କରନ୍ତି ଏବଂ ଆମେ ଦୈନିକ ଆଜାନ ପାଇଁ ଜଣେ ଇମାମ ନିଯୁକ୍ତ କରିଛୁ। ଦୀପକଙ୍କ ପୁଅ ପାର୍ଥ ସାରଥୀ କହିଛନ୍ତି, ହିନ୍ଦୁମାନେ ମସଜିଦର ଯତ୍ନ ନେବାକୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଆପତ୍ତି କରିନାହାଁନ୍ତି। ଆମେ ବର୍ଷ ବର୍ଷ ଧରି ମସଜିଦର ଯତ୍ନ ନେଉଛୁ। ବାସ୍ତବରେ ୨ କିଲୋମିଟର ଅଞ୍ଚଳରେ କୌଣସି ମସଜିଦ ନାହିଁ ତେଣୁ ଆଖପାଖ ଅଂଚଳରୁ ବହୁ ମୁସଲମାନ ସମ୍ପ୍ରଦାୟ ଲୋକମାନେ ସେଠାକୁ ପ୍ରାର୍ଥନା କରିବାକୁ ଆସନ୍ତି।

ସେଠାକାର ଇମାମ ସରାଫତ ଅଲ୍ଲୀ କହିଛନ୍ତି ଯେ ସେ କେବେ ସ୍ଥାନୀୟ ଲୋକଙ୍କ ଠାରୁ କୌଣସି ବିପଦ ଅନୁଭବ କରି ନାହାନ୍ତି। ଆମେ ଏକତା ଏବଂ ଶାନ୍ତିରେ ବସବାସ କରୁଛୁ ବୋଲି ସେ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories