www.samajalive.in
Saturday, December 6, 2025
23.1 C
Bhubaneswar

ବଧିରଙ୍କ ପାଇଁ ନିଆଗଲା ନୂତନ ପଦକ୍ଷେପ

ଦକ୍ଷିଣ କୋରିଆର ଜଳବାୟୁ କାରଣରୁ ଅଧିକାଂଶ ସ୍ଥାନୀୟ ଲୋକେ ୪୫ ବର୍ଷ ପରେ ସେମାନଙ୍କ ଶ୍ରବଣ ଶକ୍ତି ହ୍ରାସ ପାଇଥାଏ। ତେବେ ଏଭଳି ପରିସ୍ଥିତିରେ ଏଇ ବଧିର ଲୋକମାନେ ନିଜ ଜୀବନ ନିର୍ବାହ କରିବେ କିପରି? ସେଠାକାର ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା, ପ୍ରାୟ ୯% ସ୍ଥାନୀୟ ଲୋକେ ଟ୍ୟାକ୍ସି ଚଳାଇ ପେଟ ପୋଷୁଛନ୍ତି। ଏଣୁ ଶ୍ରବଣ ଶକ୍ତି ହ୍ରାସ ପାଇବା ପରେ ସେମାନେ କାମ କରିବା କଠିନ ବ୍ୟାପାର ହୋଇପଡ଼ିଥିଲା। ଏଭଳି ପରିସ୍ଥିତିରେ ସେଠାକାର ଦୁଇ ଜଣ ଇଂଜିନିୟରିଂ ଛାତ୍ର ଏକ ଆପ୍ଲିକେସନ୍ ତିଆରି କରିଛନ୍ତି, ଯାହା ବଧିର ଟ୍ୟାକ୍ସି ଚାଳକଙ୍କ ନିମନ୍ତେ ଖୁବ୍ ସହାୟକ ହେଉଛି। ‘ଭଏସ୍ ଟୁ ଟେକ୍ସଟ୍’ ନାମକ ଏହି ଆପ୍‌ରେ ଯାତ୍ରୀ ଖୁବ୍ ଆରାମରେ ବଧିର ଚାଳକଙ୍କ ସହ ଯାତ୍ରା କରିପାରିବେ। ଆପ୍ଲିକେସନ୍‌ର ସହାୟତାରେ ଯାତ୍ରୀଙ୍କ ନିର୍ଦେଶ ଚାଳକଙ୍କୁ ମିଳିବା ସହ ସେମାନଙ୍କ ଗନ୍ତବ୍ୟ ସ୍ଥଳର ସମସ୍ତ ବିବରଣୀ ମଧ୍ୟ ଅପଡେଟ୍ ହୋଇଯାଇଥାଏ। ବିଜ୍ଞାପନ ଜରିଆରେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଉତ୍ସାହିତ କରାଯାଉଛି ଯେ ସେମାନେ ଏହି ବଧିର ଚାଳକଙ୍କ ସହ ବିନା କୌଣସି ଅସୁବିଧାରେ ସୁଖକର ଯାତ୍ରାର ଅନୁଭବ ପାଇପାରିବେ। ବର୍ତ୍ତମାନ ଦକ୍ଷିଣ କୋରିଆରେ ମୋଟ୍ ୨.୫୫ଲକ୍ଷ ଟ୍ୟାକ୍ସି ଚାଳକ ଶ୍ରବଣ ଶକ୍ତି ହ୍ରାସରେ ଆକ୍ରାନ୍ତ ହୋଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories