www.samajalive.in
Monday, December 15, 2025
17.1 C
Bhubaneswar

କର୍କଟ କେନ୍ଦ୍ର ନିର୍ମାଣକୁ ଝଟକା : ଅନିଶ୍ଚିତତାରେ ୮୦୦ କୋଟିର ପ୍ରକଳ୍ପ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରେ ହେବାକୁ ଥିବା କର୍କଟ କେନ୍ଦ୍ର ନିର୍ମାଣକୁ ଝଟ୍‌କା ଲାଗିଛି। ଏହି କେନ୍ଦ୍ର ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଏବଂ ଟାଟା ଟ୍ରଷ୍ଟ ମଧ୍ୟରେ ବୁଝାମଣା ହୋଇଥିଲା। ଏ ନେଇ ୮୦୦ କୋଟି ଟଙ୍କାର ବ୍ୟୟବରାଦ ଯୋଜନା କରାଯାଇଥିଲା। ପ୍ଲାନ ପ୍ରସ୍ତୁତ ନେଇ ଟାଟା ଟ୍ରଷ୍ଟ ଉପରେ ସରକାର ଦାୟିତ୍ୱ ନ୍ୟସ୍ତ କରିଥିଲେ। ହେଲେ ୮୦୦ ବଦଳରେ ୧୫୦ କୋଟି ବଜେଟ୍‌ର ପ୍ଲାନ୍‌ ହୋଇଥିଲା। ଏହାକୁ ନେଇ ଦ୍ୱନ୍ଦ୍ବ ଲାଗି ରହିଛି। ଏଠାରେ ଡେ’ କେୟାରରୁ ଦୁଇପାଦ ଆଗକୁ ଯାଇ କର୍କଟ ୟୁନିଟ୍‌ ହୋଇଛି, ମାତ୍ର ସ୍ୱୟଂସମ୍ପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।

ବର୍ତ୍ତମାନ ରୋପାର୍ସ ନିକଟରେ କର୍କଟ ଡେ’ କେୟାର କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଏହା ନିକଟରେ ଥିବା ଖାଲି ସ୍ଥାନରେ ଏହି ବିଲ୍ଡିଂକୁ ସମ୍ପ୍ରସାରିତ କରାଯାଇ କର୍କଟ କେନ୍ଦ୍ର କରାଯିବା ନେଇ ପ୍ରସ୍ତାବ ରହିଥିଲା। ଏହି କେନ୍ଦ୍ର ହେଲା ପରେ କେମୋ ସାଙ୍ଗକୁ ରେଡିଓଥେରାପି ଚିକିତ୍ସା କରାଯିବ। ସେହିପରି ପାଲିଏଟିଭ୍ ଚିକିତ୍ସା ସହିତ ସମ୍ପୂର୍ଣ୍ଣ ବାୟୋପ୍ସି ପରୀକ୍ଷା ଏବଂ ସର୍ଜରୀ କରାଯାଇ ରୋଗୀଙ୍କୁ ସେବା ପ୍ରଦାନ କରାଯିବ। ଲୋକେ ଘରୋଇ ହସ୍ପିଟାଲକୁ ନଯାଇ ଏଠାରେ ଚିକିତ୍ସିତ ହେବେ। ବିଶେଷକରି କର୍କଟ ରୋଗ ଚିହ୍ନଟ ସହିତ ବାୟୋପ୍ସି ଏବଂ ପାଥୋଲୋଜିକାଲ ପରୀକ୍ଷଣରୁ ଆରମ୍ଭ କରି ଅସ୍ତ୍ରୋପଚାର ପରେ ଜଣେ କର୍କଟ ରୋଗୀକୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରିବା ଦିଗରେ ଏହି କେନ୍ଦ୍ର ସହାୟକ ହେବ ବୋଲି କୁହାଯାଇଥିଲା। ଆବଶ୍ୟକସଂଖ୍ୟକ ଶଯ୍ୟା ସହିତ ଆଇସିୟୁ ବ୍ୟବସ୍ଥା ନେଇ ମଧ୍ୟ ପରିକଳ୍ପନା କରାଯାଇଥିଲା। ଏନେଇ ଅନେକ ଥର ସରକାରୀସ୍ତରରେ ବୈଠକ ହୋଇଛି।

- Advertisement -

ଏଥିପାଇଁ ଟାଟା ଟ୍ରଷ୍ଟ ୩୦୦ କୋଟି ସହିତ ରାଜ୍ୟ ସରକାର ୫୦୦ କୋଟି ଦେବା ନେଇ ଚୂଡ଼ାନ୍ତ ହୋଇଥିଲା। ପ୍ଲାନ ପ୍ରସ୍ତୁତ ନିମନ୍ତେ ଟାଟା ଟ୍ରଷ୍ଟକୁ ସରକାର ପ୍ରସ୍ତାବ ଦେଇଥିଲେ। ମାତ୍ର ଟାଟା ଟ୍ରଷ୍ଟ ୮୦୦ କୋଟିର ପ୍ଲାନ ବଦଳରେ କର୍କଟ ୟୁନିଟ୍‌ ପାଇଁ ମୋଟ ୧୫୦ କୋଟିର ପ୍ଲାନ ଦେଇଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହି ୟୁନିଟ୍‌ ଖୋଲିବା ନେଇ ତତ୍ପରତା ପ୍ରକାଶ ପାଉନି। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ପ୍ଲାନ୍‌କୁ ଅନୁମୋଦନ ମିଳିବ କି ନାହିଁ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହିଁ ନିଷ୍ପତ୍ତି ନେଇପାରିବ। କ୍ୟାପିଟାଲ ହସ୍ପିଟାଲ ନିର୍ଦେର୍ଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ପ୍ଲାନ୍‌ କରାଯାଇ ପ୍ରଶାସନିକ ମଞ୍ଜୁରୀ ନିମନ୍ତେ ଯାଇଛି। ଏହାକୁ ସ୍ୱୀକୃତି ମିଳିବା ପରେ କାର୍ଯ୍ୟ ତ୍ୱରାନ୍ୱିତ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories