www.samajalive.in
Saturday, December 6, 2025
15.1 C
Bhubaneswar

ମହମବତୀ ଜଳାଇବାର ଧାର୍ମିକ ମହତ୍ତ୍ବ

ଭିନ୍ନ ଭିନ୍ନ ଧର୍ମରେ ମହମବତୀ ଅଲଗା ଅଲଗା ପର୍ବରେ ପ୍ରଜ୍ବଳିତ କରାଯାଇଥାଏ। ହିନ୍ଦୁଧର୍ମରେ ଦୀପାବଳି ଦିନ ମହମବତୀ ଜଳାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ମହମବତୀ ଜଳାଇବାର ଧାର୍ମିକ ମହତ୍ତ୍ବ କ’ଣ ରହିଛି। ଆସନ୍ତୁ ଜାଣିବା ସେହି ବିଷୟରେ ..

ପ୍ରତ୍ୟେକ ଧର୍ମରେ ଆଲୋକର ଏକ ବିଶେଷ ମହତ୍ତ୍ବ ରହିଛି। ଆଲୋକକୁ ଈଶ୍ବରଙ୍କ ସ୍ବରୂପ କୁହାଯାଇଛି। ଆଲୋକର ତୁଳନା ଜ୍ଞାନ ସହ ମଧ୍ୟ କରାଯାଇଛି। ତେଣୁ ପର୍ବପର୍ବାଣିରେ ଆଲୋକ ପାଇଁ ମହମବତୀ ଜଳାଇବା ଉଚିତ।

- Advertisement -

କୁହାଯାଇଛି ପର୍ବପର୍ବାଣି ପରି ବିଶେଷ ଦିନରେ ଘରର ଅଗଣା, ଦ୍ବାର ଓ କାର୍ଯ୍ୟାଳୟ ଭଳି ସ୍ଥାନକୁ ଆଲୋକିତ କରିବା ଉଚିତ। ଏହାଦ୍ବାରା ଜୀବନରେ ମଧ୍ୟ ଅନ୍ଧକାର ଦୂର ହୋଇ ଆଲୋକ ଆସିଥାଏ। ଯେତେବେଳେ ଆପଣ ଆଲୋକ ରୂପେ ଭଗବାନଙ୍କର ଆରାଧନା କରିଥାଆନ୍ତି ସେତେବେଳେ ଈଶ୍ବର ଆଲୋକ ରୂପେ ଜ୍ଞାନ ପ୍ରଦାନ କରିଥାଆନ୍ତି। ଏହାଦ୍ବାରା ଜୀବନରେ ଅନ୍ଧକାର ଦୂର ହୋଇଥାଏ। ଏହାସହ ଜୀବନ ଉନ୍ନତି ଦିଗକୁ ମଧ୍ୟ ଅଗ୍ରସର ହୋଇଥାଏ।

ଖ୍ରୀଷ୍ଟ ଧର୍ମରେ ଖ୍ରୀଷ୍ଟମାସ ପର୍ବ ଦିନ ଯୀଶୁଙ୍କ ସମ୍ମୁଖରେ ମହମବତୀ ଜଳାଇବାର ପରମ୍ପରା ରହିଛି। ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ରଙ୍ଗର ମହମବତୀ ଜଳାଇବା ଶୁଭ ଅଟେ। ଭିନ୍ନ ଭିନ୍ନ ରଙ୍ଗର ମହମବତୀ ଜଳାଇବା ଦ୍ବାରା ଜୀବନରେ ଖୁସି ଓ ସଫଳତା ପ୍ରାପ୍ତି ହୋଇଥାଏ ବୋଲି କୁହାଯାଇଛି। ଏହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ଏକତା ରହିଥାଏ ବୋଲି କୁହାଯାଇଛି। ମହମବତୀ ଜଳାଇବା ଦ୍ବାରା ଘରେ ନକରାତ୍ମକ ଶକ୍ତି ନାଶ ହୋଇଥାଏ। ଏହାସହ ଜୀବନରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories