ବାଟରୁ କାନାରା ବ୍ୟାଙ୍କ ପରିଚାଳକ ନିଖୋଜ

କଳାପଥର-  ବଡମ୍ବାରେ ଥିବା କାନାରା ବ୍ୟାଙ୍କ ପରିଚାଳକ ନିଖୋଜ  । ଶାଖାପରିଚାଳକ ତପନ କୁମାର ସାହୁ ନିଖୋଜ ଥିବା ଅଭିଯୋଗ ହୋଇଛି । ସେ ଗୁଣୁପୁରରୁ ବଡମ୍ବାକୁ ଆସୁଥିବା ବେଳେ ନିଖୋଜ ହୋଇଯାଇଥିବା କୁହାଯାଉଛି ।  ସେ କାଳାପଥର ନିକଟ ଶାଖାରେ ଉପସ୍ଥାନ ଦେଇଥିଲେ । ପରେ ବଡମ୍ବା ଶାଖାକୁ ଯାଉଥିଲେ ।

 

ହେଲେ ଦୀର୍ଘ ସମୟ ଧରି ନ ପହଞ୍ଚିବାରୁ ଶାଖା କର୍ମଚାରୀ ତାଙ୍କ ପରିବାର ଲୋକଙ୍କୁ ଯୋଗଯୋଗ କରିଥିଲେ । ପରେ ପୁଲିସରେ ଅଭିଯୋଗ ହୋଇଥିଲା । ପୁଲିସ ଏବେ ଘଟଣାର ତଦନ୍ତ କରିବା ସହ ତାଙ୍କର ସନ୍ଧାନ କରୁଛି ।

Comments are closed.