୪୦ ନିୟୁତ କୋଭିଡ଼ ଟିକା ପ୍ରସ୍ତୁତ, ଆର ମାସରେ ଆଉ ୬୦ ନିୟୁତ ଡ଼ୋଜ: ସୂଚନା ଦେଲେ ସେରମ ମୁଖ୍ୟ ଆଦର ପୁନାୱାଲା

ନୂଆଦିଲ୍ଲୀ: ଜାନୁଆରୀ ସୁଦ୍ଧା କୋଭିଡ଼ ଟୀକା କୋଭିସିଲ୍ଡ଼ର ୧୦୦ ନିୟୁତ ଡ଼ୋଜ ପ୍ରସ୍ତୁତ ହୋଇପାରିବ । ପ୍ରତି ଟିକାର ମୂଲ୍ୟ ପ୍ରାୟ ୧ ହଜାର ଟଙ୍କା ମଧ୍ୟରେ ରହିବ ଏବଂ ସରକାର ପ୍ରତି ଟିକାକୁ ୨୫୦ ଟଙ୍କା ଦରରେ କ୍ରୟ କରିବେ ବୋଲି ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଆଦର ପୁନାୱାଲା । ସେ କହିଛନ୍ତି ଯେ ବର୍ତମାନ ସୁଦ୍ଧା ୪୦ ନିୟୁତ ଡ଼ୋଜ୍ ପ୍ରସ୍ତୁତ ହୋଇ ସାରିଲାଣି । ଆସନ୍ତା ମାସ ମଧ୍ୟରେ ଅବଶିଷ୍ଟ ୬୦ ନିୟୁତ ଡ଼ୋଜ ପ୍ରସ୍ତୁତ କରାଯିବ । ସୋମବାର ସନ୍ଧ୍ୟାରେ ଏନଡ଼ିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ପୁନାୱାଲା ଏହି ସୂଚନା ଦେଇଛନ୍ତି ।

prayash

ସେ ପୁଣି କହିଛନ୍ତି ଯେ ଉତ୍ପାଦିତ ଟିକାର ୯୦% ସରକାରଙ୍କୁ ପ୍ରଦାନ କରାଯିବ । ଏହାକୁ ରିଆତି ମୂଲ୍ୟରେ ଦିଆଯିବ । ଏହାର ସର୍ବାଧିକ ବିକ୍ରୟ ମୂଲ୍ୟ ଯଦିଓ ୧୦୦୦ ଟଙ୍କା ରଖାଯାଇଛି । ଏହା ବିତରକମାନଙ୍କୁ ୫୦୦ରୁ ୬୦୦ ଟଙ୍କାରେ ମିଳିପାରେ । ତେବେ ଖୋଲା ବଜାରରେ ଏହା ମାର୍ଚ ପୂର୍ବରୁ ଉପଲବ୍ଧ ହେବାର ସମ୍ଭାବନା ନାହିଁ । ଟିକା ବିକ୍ରିର ଲାଇସେନ୍ସ ସରକାରଙ୍କ ଅଧୀନ । ତେଣୁ ସେ ସମ୍ପର୍କ ଆନୁଷ୍ଠାନିକ କାର୍ଯ୍ୟ ଶେଷ କରିବାକୁ ସମୟ ଆବଶ୍ୟକ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ଟିକା ଦିଆଯିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ପର୍ଯ୍ୟାପ୍ତ ପରିମାଣର ଟିକା ଉତ୍ପାଦନ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଶ୍ରୀ ପୁନାୱାଲା କହିଛନ୍ତି ।

Comments are closed.