ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀର ୩୫ନଂ ଜୋନ ବ୍ରହ୍ମପୁରାରେ ଶୁକ୍ରବାର ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ ପାତ୍ର, ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ସତ୍ୟଭାମା ମୁଦୁଲି ଏବଂ ସମିତିସଭ୍ୟା ଶାନ୍ତିଲତା ମହାରଣାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଶତାଧିକ ଦଳୀୟ କର୍ମୀ ଏହି ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେହିପରି ଗୁରୁବାର ଦିନ ଏହି ଜୋନର ଅନୁୟାରୀ ପଞ୍ଚାୟତରେ ପୂର୍ବତନ ବିଧାୟକଙ୍କ ଦ୍ୱାରା ନିଜ ଦଳ ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ଘରଘର ବୁଲି ଭୋଟ ଭିକ୍ଷା କରିଥିଲେ।
Popular Categories



