ସିଏଆଇଟିର ସମ୍ବଲପୁର ଶାଖାର ଶୁଭାରମ୍ଭ

ସମ୍ବଲପୁର : ସର୍ବ ଭାରତୀୟ ସ୍ତରରେ କାର୍ଯ୍ୟରତ ବ୍ୟବସାୟୀ ମାନଙ୍କର ସଂଘ ‘କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ’ ର ସମ୍ବଲପୁର ଶାଖାର ଶୁଭାରମ୍ଭ ହୋଇଯାଇଛି । ରବିବାର ଆୟୋଜିତ ଶାଖାର ପ୍ରଥମ ବୈଠକରେ ଜାତୀୟ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲ ଯୋଗ ଦେଇଥିଲେ । ଶ୍ରୀ ଅଗ୍ରୱାଲ  ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ଉନ୍ନତି ପାଇଁ ସାରା ଦେଶରେ ବ୍ୟବସାୟୀ ମାନଙ୍କର ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ଜିଏସଟି ପାଇଁ ଛୋଟ ଓ ମଧ୍ୟମ ବ୍ୟବସାୟୀ ମାନେ କ୍ଷତିଗ୍ରସ୍ତ ହୋଇଥିବା ସେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ୩୪ ଜଣ ପ୍ରତିଷ୍ଠିତ ବ୍ୟବସାୟୀ ଯୋଗ ଦେଇଥିଲେ। ସଦସ୍ୟ ମାନେ ସଂଘର କାର୍ଯ୍ୟପନ୍ଥା ନିମନ୍ତେ ସୁଚିନ୍ତିତ ମତାମତ ପୋଷଣ କରିବା ସହିତ ୨୧ ଜଣ ବ୍ୟବସାୟୀ ଜୀବନବ୍ୟାପି ସଦସ୍ୟତା ଗ୍ରହଣ କରିଥିଲେ । ଏହି ଅବସରରେ ଶାଖାର କାର୍ଯ୍ୟକାରୀ କମିଟି ଶ୍ରୀ ଅଗ୍ରୱାଲଙ୍କ ଦ୍ୱାରା ଘୋଷିତ ହୋଇଥିଲା । ଶାଖାର ଚେୟାରମେନ ଦିନେଶ ଅଗ୍ରୱାଲ, ସଭାପତି ଦେବେନ୍ଦ୍ର କୁମାର ଲାଠ, ଉପ ସଭାପତି ମହାବୀର ଅଗ୍ରୱାଲ, ସଞ୍ଜୟ ମିତ୍ତଲ, ସାଧାରଣ ସମ୍ପାଦକ ଗୋପାଲ ସାହ, ସମ୍ପାଦକ ସିଦ୍ଧେଶ ଅଗ୍ରୱାଲ, ସୁନୀଲ ମସନ୍ଦ, କୋଷାଧ୍ୟକ୍ଷ ମନୋଜ ସିଂହାନିଆଁ ଓ ଜୟଦୟାଲ ଅଗ୍ରୱାଲ ଆଇନ ପରାମର୍ଶଦାତା ରୂପେ ନିଯୁକ୍ତ ହୋଇଛନ୍ତି । ଆଗାମୀ ଦିନରେ ସମ୍ବଲପୁର ଶାଖା (ଚାପ୍ଟର) ର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସଂଘ ପକ୍ଷରୁ ସଭାପତି ଶ୍ରୀ ଲାଟ ସୂଚନା ଦେଇଛନ୍ତି।

kalyan agarbati

Comments are closed.