www.samajalive.in
Sunday, December 14, 2025
17.1 C
Bhubaneswar

ସିଏଏକୁ ନେଇ ୩ କୋଟି ପରିବାର ପାଖରେ ପହଞ୍ଚିବ ବିଜେପି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଜନସାଧାରଣଙ୍କ ମନରେ ସୃଷ୍ଟି ହୋଇଥିବା ଭ୍ରମ ଦୂର କରିବା ଏବଂ ସଚେତନ କରିବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସ୍ବତନ୍ତ୍ର ଅଭିଯାନ କରିବାର ନିଷ୍ପତ୍ତି ନେଇଛି। ଶନିବାର ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନାଗରିକତା ସଂଶୋଧନକୁ ନେଇ ସାରା ଦେଶରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବାର ନିଷ୍ପତ୍ତି ନେଇଛି। ଏହି ଅବସରରେ ଯାଦବ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଦ୍ବାରା ଭ୍ରମ ଧାରଣା ପ୍ରଚାର ପ୍ରସାର କରାଯାଉଛି।

- Advertisement -

 

ଯାଦବ କହିଛନ୍ତି ବିରୋଧୀଙ୍କ ଭ୍ରମ ଓ ମିଥ୍ୟା ରାଜନୀତିର ଜବାବ ଦେବା ପାଇଁ ଦେଶରେ ୧୦ ଦିନିଆ ଏକ ବିଶେଷ ଅଭିଯାନ ଚଳାଯିବ। ଏହି ଅଭିଯାନରେ ୩ କୋଟିରୁ ଅଧିକ ପରିବାର ସହ ଯୋଗାଯୋଗ କରାଯାଇ ସିଏଏ ଉପରେ ଲୋକଙ୍କ ମନରୁ ଭ୍ରମ ଦୂର କରିବାକୁ ପ୍ରୟାସ କରାଯିବ। ବିଜେପିର ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଜନସାଧାରଣ ମନରୁ ସିଏଏକୁ ନେଇ ଭ୍ରମ ଦୂର କରିବା ପାଇଁ ଦଳ ପକ୍ଷରୁ ଦେଶର ୨୫୦ଟି ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଆଇନ ସଂକ୍ରାନ୍ତରେ ସଠିକ୍‌ ତଥ୍ୟ ଯୋଗାଇ ଦିଆଯିବ।

ଯୋଗେନ୍ଦ୍ର ଯାଦବ କହିଛନ୍ତି ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଜନସାଧାରଣଙ୍କ ମଧ୍ୟରେ ଭ୍ରମସୃଷ୍ଟି କରିବା ପୂର୍ବରୁ ୨୦୦୩ରେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ବାଂଲାଦେଶର ସଂଖ୍ୟାଲଘୁଙ୍କୁ ନାଗରିକଙ୍କୁ ନାଗରିକତା ଦେବାକୁ ନିବେଦନ କରିଥିଲେ। କିନ୍ତୁ ବର୍ତ୍ତମାନ କଂଗ୍ରେସ କିପରି ବିରୋଧ କରୁଛି? କଂଗ୍ରେସ କେବଳ ଦେଶରେ ଆତଙ୍କ ଏବଂ ହିଂସା କରୁଥିବା ଲୋକଙ୍କୁ ସମର୍ଥନ ଦେବା ଶିକ୍ଷାଲାଭ କରିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories