www.samajalive.in
Monday, December 15, 2025
17.1 C
Bhubaneswar

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ସଂରକ୍ଷଣ ନିଷ୍ପତ୍ତି; ଯୁବ ବିଜେଡି ଓ ଛାତ୍ର ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଫୁଲବାଣୀ: ସରକାରୀ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସରକାରୀ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପାଇଁ ମିଳିବ ସ୍ୱତନ୍ତ୍ର ସଂରକ୍ଷଣ। ରାଜ୍ୟ ସରକାର ନେଇଥିବା ଏହି ନିଷ୍ପତ୍ତିକୁ ଜିଲା ଯୁବ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଫୁଲବାଣୀ ବିଜୁ ପଟ୍ଟନାୟକ ଛକଠାରେ ଯୁବ ବିଜେଡି ନେତା ଓ କର୍ମୀମାନେ ଏକାଠି ହୋଇ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ସ୍ଲୋଗାନ ଦେଇଥିଲେ। ଯୁବ ବିଜେଡି ଜିଲା ଉପସଭାପତି ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ ସମବେତ କର୍ମୀମାନେ ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ସାଧୁବାଦ ଜଣାଇ ଥିଲେ ଯୁବ ନେତାମାନେ। କନ୍ଧମାଳ ଜିଲା ଭଳି ପଛୁଆ ଜିଲାର ଗରିବ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଏହା ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିବ ବୋଲି ମତ ଦେଇଥିଲେ ଉପସ୍ଥିତ ଯୁବନେତା। ଏଭଳି ଏକ ଯୋଜନା ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କ ପାଠପଢାରେ ଅଧିକ ଆଗ୍ରହ ସୃଷ୍ଟି କରିବ ଏବଂ ସରକାରୀ ସ୍କୁଲରେ ଏହାଦ୍ୱାରା ଉପସ୍ଥାନ ବଢିବ। ସରକାରି ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କର ଗୁରୁତ୍ୱ ବୁଝିଥିବାରୁ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ ଉପସ୍ଥିତ ଯୁବନେତା। ସରକାରି ସ୍କୁଲରେ ପଢୁଥିବା ମେଧାବୀ ଛାତ୍ର ଛାତ୍ରୀ ଆଉ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବନେତା ସଂଜିତ ମଲିକ ଓ ଜୟ ବେହେରାଙ୍କ ସମେତ ଯୁବ ବିଜେଡିର ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ।

ସେହିଭଳି ସନ୍ଧ୍ୟାରେ ଛାତ୍ର ବିଜେଡ଼ି ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦେବା ଉଦ୍ଦେଶ୍ୟରେ ସ୍ଥାନୀୟ ଏଜେଓ ହାଇସ୍କୁଲ ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲା ଛାତ୍ର ବିଜେଡ଼ି ସଭାପତି ସୁନିଲ୍‍ ସେଠୀଙ୍କ ନେତୃତ୍ୱରେ ଗଣେଶ ସେନାପତି, ସନ୍ଦିପ କୁମାର ମହାନ୍ତି, ଦେବାଶିଷ୍‍ ବେହେରା, ଅନିଲ୍‍ ବେହେରା, ପ୍ରବୀଣ କୁମାର ବେହେରା, ବିରଜା ବଗର୍ତ୍ତିୀ, ମାମୁନି ବିଶ୍ୱାଳ, ଜ୍ୟୋତିର୍ମୟୀ ରଣା, ଅନିରୁଦ୍ଧ ମୁଖୀ, ବିଦ୍ୟାଧର ପ୍ରଧାନ, ବିଷ୍ଣୁ ବେହେରା, ବାବୁଲା ବେହେରା, ଦେବବତ ନାୟକ ଓ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ଶତୃଘନ ମହାନନ୍ଦିଆ ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories