ସାହିତ୍ୟ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାରେ ଫକୀର ମୋହନଙ୍କ ଭୂମିକା ଉଲ୍ଲେଖନୀୟ
ଭୁବନେଶ୍ୱର: ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୦୪ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ବାଣୀବିହାରଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସଫେଇ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି କହିଥିଲେ ଯେ ସାହିତ୍ୟ ମାଧ୍ୟମରେ ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ବ୍ୟାସକବି ଫକୀର ମୋହନ ସେନାପତି। ରେବତୀ, ଛ ମାଣ ଆଠଗୁଣ୍ଠ ପ୍ରମୁଖ ତାଙ୍କର ଅମ୍ଳାନ କୃତି ବୋଲି ସେ ପ୍ରକାଶ କରିଥିଲେ। ଓଡ଼ିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବିଶ୍ୱାଳ, ସେବା ନିବୃତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା, ଅଭିଯାନ ସଦସ୍ୟ ରୋହିତ କୁମାର ନାୟକ, ଶୀତଳ ମହାନ୍ତି, ଅଜୟ କୁମାର ପଲେଇ, ପୀତବାସ ଜେନା, କୁମାରେଶ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖପାତ୍ର ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.