www.samajalive.in
Saturday, December 6, 2025
15.1 C
Bhubaneswar

ସୁଆଦିଆ ବଟର ଚିକେନ

ଚିକେନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୨ଟି
ଅଦା, ରସୁଣ – ବଟା
ଦହି
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ଟମାଟୋ – ୨ଟି
କାଜୁ – ୪ରୁ ୫ଟି
ଜିରା ଗୁଣ୍ଡ
ଧନିଆ ଗୁଣ୍ଡ
କସ୍ତୁରୀ ମେଥି
ଗୋଟା ଜିରା
ଗୋଟା – ଗୁଜୁରାତି, ଲବଙ୍ଗ, ଡ଼ାଲଚିନି
ଟମାଟୋ ସସ
ବଟର – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଦହି, ଅଦା, ରସୁଣ ବଟା ଗୋଳାଇ ୩୦ ମିନିଟ ରଖି ଦିଅନ୍ତୁ।ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଳାଇ ରଖିଥିବା ଚିକେନକୁ ପକାଇ ଭଲ ଭାବେ ଭାଜନ୍ତୁୁ। ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। କଡ଼େଇରେ ପୁଣି ତେଲ ଗରମ କରି ଗୋଟା ଜିରା, ଗୁଜୁରାତି, ଲବଙ୍ଗ, କଟା ପିଆଜ, ଅଦା ରସୁଣ ବଟା, ହଳଦୀ, ଲଙ୍କା ଗୁଣ୍ଡ, ଲୁଣ, ପକାଇ ଭଲ ଭାବେ ଘାଣ୍ଟନ୍ତୁ। କିଛି ସମୟ ଘାଣ୍ଟିବା ପରେ ଏଥିରେ ଟମାଟୋ, କସ୍ତୁରୀ ମେଥି, କାଜୁ, କାଶ୍ମୀରି ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ପାଣି ଦେଇ ୩ରୁ ୪ମିନିଟ ଫୁଟାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି ଏହାକୁ ଥଣ୍ଡା କରି ଗ୍ରାଇଣ୍ଡିଙ୍ଗ୍‍ କରନ୍ତୁ ଓ ଏହି ପେଷ୍ଟ୍‍କୁ ଏକ ପାତ୍ରରେ ରଖନ୍ତୁ। ପୁଣି କଡ଼େଇ ବସାଇ ବଟର ପକାନ୍ତୁ। ଏଥିରେ ପ୍ରସ୍ତୁତ କରି ରଖିଥିବା ପେଷ୍ଟକୁ ପକାନ୍ତୁ। ଏହା ପରେ ଲୁଣ, ସାମାନ୍ୟ ଚିନି ,ଟମାଟୋ ସସ ପକାନ୍ତୁ। କିଛି ସମୟ ପରେ ଏଥିରେ ଭଜା ହୋଇରହିଥିବା ଚିକେନକୁ ପକାଇ ୨ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ଚିକେନ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories