www.samajalive.in
Saturday, December 6, 2025
15.1 C
Bhubaneswar

ଲକଡ଼ାଉନରେ ବଟର ଚିକେନ ଆଣିବାକୁ ଯାଇ ପୈଠ କଲେ ୧ଲକ୍ଷ ୨୩ ହଜାର

ଅଷ୍ଟ୍ରେଲିଆର ମେଲବର୍ନ ସହରରେ ଏକ ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି। ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ସମ୍ପୂର୍ଣ୍ଣ ବିଶ୍ୱରେ ପ୍ରାୟ ସମସ୍ତ ସ୍ଥାନରେ କରୋନା ମହାମାରୀ ପାଇଁ ଲକଡ଼ାଉନ ନିୟମ ପାଳନ କରାଯାଉଛି। ହୋଟେଲ, ରେସ୍ତୋରାଁ, ଜିମ , ଭଳି ବିଭିନ୍ନ ସ୍ଥାନକୁ ବନ୍ଦ ରଖାଯାଇଛି। ଏଭଳି କ୍ଷେତ୍ରରେ ଆପଣଙ୍କୁ କିଛି ପସନ୍ଦର ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ ଆପଣ କ’ଣ କରିବେ ? ଅଧିକ ରୁ ଅଧିକ ଚେଷ୍ଟା କରିବେ ସେହି ଖାଦ୍ୟକୁ ଘରେ ପ୍ରସ୍ତୁତ କରିବା ପାଇଁ। ମାତ୍ର ମେଲବର୍ନରେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଏହାର ଓଲଟା କାର୍ଯ୍ୟ କରିଥିବା ଜଣାପଡ଼ିଛି।
ବ୍ୟକ୍ତି ନିଜର ପସନ୍ଦିତା ବଟର ଚିକେନ ଖାଇବା ପାଇଁ ୩୨ କିଲୋମିଟର ଦୂର ସ୍ଥାନକୁ ଯାଇଥିଲେ। ମାତ୍ର ବଟର ଚିକେନ ପାଇଁ ତାଙ୍କୁ ୧ଲକ୍ଷ ୨୩ ହଜାର ଟଙ୍କା ପୈଠ କରିବାକୁ ପଡ଼ିଲା। ବଟର ଚିକେନର ମୂଲ୍ୟ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ବଟର ଚିକେନ ଖାଇବା ପାଇଁ ଏହି ବ୍ୟକ୍ତି ଜଣଙ୍କୁ ମେଲବର୍ନ ଠାରୁ ୩୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ସ୍ଥିତ ବେବ୍ରିଏ ଠାରୁ ଯାତ୍ରା ଆରମ୍ଭ କରିଥିଲେ। ଲକଡ଼ାଉନ କାରଣରୁ ଏହି ବ୍ୟକ୍ତିଙ୍କ ଉପରେ ୧୬୫୨ ଡ଼ଲାରର ଭାରୀ ପରିମାଣରେ ଫାଇନ ପୈଠ କରିବାକୁ ପଡ଼ିଲା।
୧୬୫୨ ଡ଼ଲାରର ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୧ଲକ୍ଷ ୨୩ ହଜାର। ମେଲବର୍ନ ପୁଲିସଙ୍କ ମତାନୁଯାୟୀ, ଏହି ସପ୍ତାହରେ ପ୍ରାୟ ୭୪ ଜଣ ଲକଡ଼ାଡ଼ନର ନିୟମକୁ ଭାଙ୍ଗି ଫାଇନ ଦେବାକୁ ପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories