www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ୬୪୭ ପଜିଟିଭ୍‌, ଗଞ୍ଜାମରୁ ସର୍ବାଧିକ ୨୨୫

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାର ଆଉ ୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୧୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୨୨୫ ଆକ୍ରାନ୍ତ ଠାବ ହୋଇଛନ୍ତି। ଏହାକୁ ମିଶାଇ ଏହି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ପାର୍‌ ହୋଇଛି। ଅନ୍ୟପଟେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୨ ହଜାର ୯୦୯ ସୁସ୍ଥ ହୋଇଥିବାବେଳେ ୫୭୧୫ ସକ୍ରିୟ ରୋଗୀ ରହିଛନ୍ତି।

ମଙ୍ଗଳବାର ଚିହ୍ନଟ ଆକ୍ରାନ୍ତମାନେ ୨୩ଟି ଜିଲାରୁ ବାହାରିଛନ୍ତି। ସେଥିରୁ ଅନୁଗୋଳ ଜିଲାରୁ ୩୭, ବାଲେଶ୍ଵରରୁ ୪୦, ବରଗଡ଼ରୁ ୪, ଭଦ୍ରକରୁ ୧୨, ବଲାଙ୍ଗିର, କନ୍ଧମାଳରୁ ୫ ଲେଖାଏ, କଟକରୁ ୮୪, ଢେଙ୍କାନାଳରୁ ୧୦, ଜଗତ୍‌ସିଂହପୁରରୁ ୭, ଯାଜପୁର ୨, କେନ୍ଦ୍ରାପଡ଼ା ୧୩, ଖୋର୍ଦ୍ଧାରୁ ୬୮, କେନ୍ଦୁଝର ୮, କୋରାପୁଟ ୨୮ ଏବଂ ମାଲକାନଗିରିରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୨, ନୟାଗଡ଼ ୪, ରାୟଗଡ଼ା ୪୭, ସମ୍ବଲପୁର ୧୦, ସୋନପୁର ୧ ଏବଂ ସୁନ୍ଦରଗଡ଼ରୁ ୨୨ ସଂକ୍ରମିତ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories