www.samajalive.in
Saturday, December 6, 2025
15.1 C
Bhubaneswar

ଆଉ ୬ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୦୦ ଟପିଲା

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାର ଆଉ ୬ଟି ମୁଣ୍ଡ ନେଇଛି କରୋନା ଭୂତାଣୁ। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟମାନେ ପୁରୁଷ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କରିଛି। ମଙ୍ଗଳବାର ସୁଦ୍ଧା ମୋଟ ୧୦୩ ଜଣ ଏହି ମହାମାରୀ ଭୂତାଣୁ ପ୍ରାଣ ହରାଇଛନ୍ତି।

ଆଜି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ରାପଡ଼ା, କଟକ, ଗଜପତି, ଜଗତ୍‌ସିଂହପୁର, ଖୋର୍ଦ୍ଧା ଏବଂ ରାୟଗଡ଼ା ଜିଲାରୁ ଜଣେ ଲେଖାଏ ରହିଛନ୍ତି। କେନ୍ଦ୍ରାପଡ଼ାର ମୃତକ ଜଣକ ପୁରୁଷ ଏବଂ ତାଙ୍କ ବୟସ ୬୩ ବର୍ଷ ହୋଇଥିବାବେଳେ ସେ ମଧୁମେହ, ଉଚ୍ଚ ରକ୍ତଚାପ ଓ ବ୍ରେନ ହାମ୍‌ରେଜରେ ପୀଡ଼ିତ ଥିଲେ। କଟକ ଜିଲାର ମୃତକ ଜଣେ ମହିଳା ଏବଂ ତାଙ୍କ ବୟସ ୨୬ ବର୍ଷ ହୋଇଥିବାବେଳେ ଗଜପତି ଜିଲାର ମୃତକଙ୍କ ବୟସ ୬୮ ବର୍ଷ। ଉଭୟେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ। ସେହିପରି ଜଗତ୍‌ସିଂହପୁର ଆକ୍ରାନ୍ତ ଜଣକ ଫୁସଫୁସ୍‌ କର୍କଟରେ ଆକ୍ରାନ୍ତ ଥିବାବେଳେ ତାଙ୍କୁ ୫୮ ବର୍ଷ ହୋଇଥିଲା। ଏହାବ୍ୟତୀତ ଖୋର୍ଦ୍ଧା ଜିଲାର ମୃତକଙ୍କୁ ୭୫ ବର୍ଷ ହୋଇଥିବାବେଳେ ସେ ଶ୍ଵାସ ରୋଗରେ ଆକ୍ରାନ୍ତ ଥିଲେ। ରାୟଗଡ଼ାର ମୃତକ ୭୪ ବର୍ଷୀୟ ପୁରୁଷ ଏବଂ ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories