www.samajalive.in
Sunday, December 14, 2025
19.1 C
Bhubaneswar

୧ରୁ ବସ୍ ଧର୍ମଘଟ ଚେତାବନୀ

ଭବାନୀପାଟଣା: ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ୫ ଦଫା ଦାବି ପୂରଣ ନହେଲେ ଆସନ୍ତା ଡିସେମ୍ବର ୧ ତାରିଖରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି। ବୁଧବାର ଭବାନୀପାଟଣାସ୍ଥିତ ଏସ୍‌ଏନ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏସବୁ ଦାବିକୁ ନେଇ ଆସନ୍ତା ୨୨ ତାରିଖ ଦିନ ଭୁବନେଶ୍ଵରରେ ସଂଘର ଏକ ବିରାଟ ସମାବେଶ ହେବ। ଆବଶ୍ୟକ ସ୍ଥଳେ ବିଧାନସଭା ଆଗରେ ଧାରଣା ଦିଆଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି।

ଲକ୍ଷ୍ମୀ ବସ୍‌ଗୁଡ଼ିକ କେବଳ ପଞ୍ଚାୟତରୁ ବ୍ଲକକୁ ଯାତାୟତ କରିବା, ଯାତ୍ରୀ ଭଡା ସମାନ କରାଯିବା, ଲକ୍ଷ୍ମୀ ବସ୍ ଦ୍ଵାରା କ୍ଷତିଗ୍ରସ୍ତ ବସ୍ ମାଲିକଙ୍କୁ ଅତିରିକ୍ତ ଏମଭି ଟ୍ୟାକ୍ସ ଛାଡ଼ କରାଯିବା ଆଦି ୫ ଦଫା ଦାବି ନେଇ ଆଜିର ବୈଠକରେ ଆଲୋଚନା କରାଯାଇଥିଲା । ତେବେ ଆସନ୍ତା ୩୦ ତାରିଖ ମଧ୍ୟରେ ସରକାର ଯଦି ଦାବୀ ନ ମାନନ୍ତି ତେବେ ଡିସେମ୍ବର ୧ ତାରିଖଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ଚେତାଵନୀ ଦେଇଛି। ଏଥିସହିତ କୌଣସି ରାଜନୈତିକ ଦଳର କାର୍ଯ୍ୟକ୍ରମରେ ଘରୋଇ ବସ୍ ଦିଆଯିବ ନାହିଁ ବୋଲି କୁହାଯାଇଛି। କଳାହାଣ୍ଡିର ଘରୋଇ ବସ୍‌ ମାଲିକ ଜନାର୍ଦ୍ଦନ ପଣ୍ଡା ବୈଠକରେ ଭାଗ ନେଇ ଲକ୍ଷ୍ମୀ ବସ୍ ଓଏସଆରଟିସିର ନା ସରକାରଙ୍କ ନିଜସ୍ଵ ବସ୍ ବୋଲି ସନ୍ଦେହ ପ୍ରକାଶ କରି ଲକ୍ଷ୍ମୀ ବସ୍‌ରେ ଶଙ୍ଖ ଚିହ୍ନ ଥିବାରୁ ଏହା ଦଳୀୟ ବସ୍ ଭଳି ମନେ ହେଉଛି ବୋଲି କହିଥିଲେ। ତେବେ ଲକ୍ଷ୍ମୀ ବସ୍‌ର ପରମିଟକୁ ବେଆଇନ ବୋଲି ଦର୍ଶାଇ ଏଥିପାଇଁ ଆଇନର ଆଶ୍ରୟ ନେବାକୁ ସେ ମତ ପୋଷଣ କରିଥିଲେ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ରାଜ୍ୟ ଉପସଭାପତି ଶ୍ରୀକାନ୍ତ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, କଳାହାଣ୍ଡି ବସ୍ ମାଲିକ ସଂଘ ସଭାପତି ପ୍ରବୋଧ ରଥ, ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବସ୍ ମାଲିକ ସଂଘ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories