www.samajalive.in
Sunday, December 7, 2025
23.1 C
Bhubaneswar

ଦୁର୍ଘଟଣା ପରେ ଜଳିଗଲା ଯାତ୍ରୀବାହୀ ବସ୍, ଜଣେ ମୃତ

ପୂର୍ଣ୍ଣିୟା: ବିହାରର ପୂର୍ଣ୍ଣିୟାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ।

ସୂଚନାଯୋଗ୍ୟ, ଭୁଜଫରପୁର ରୁ ସିଲୀଗୁଡି ଯାଉଥିବା ଏକ ଯାତ୍ରୀବାହୀ ବସ୍ ସୋମବାର ସକାଳେ ପ୍ରଥମେ ଡିଭାଇଡର ସହ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ବସରୁ ପେଟ୍ରୋଲ ବାହାରି ନିଆଁ ଲାଗି ଯାଇଥିଲା। ନିଆଁରେ ଜଳି ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହା ସହ ଅନେକ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଖାଜାଞ୍ଚି ଥାନା ଅନ୍ତର୍ଗତ ଏକ ବସ୍ ଷ୍ଟାଣ୍ଡ ନିକଟରେ ଘଟିଛି । ଏ ସମ୍ପର୍କରେ ସୂଚନା ମିଳିବା ପରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଦୁର୍ଘଟଣା ସକାଳ ସମୟରେ ହୋଇଥିବାରୁ ଅଧିକାଂଶ ଯାତ୍ରୀ ଶୋଇଥିଲେ। ଏହା ସହ ବସଟି ସ୍ଲିପର ହୋଇଥିବାରୁ ଯାତ୍ରୀମାନେ ସ୍ଲିପର ବାର୍ଥରେ ଶୋଇଥିବା ଯୋଗୁଁ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରିନଥିଲେ। ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ବସ୍ କାଚ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲକୁ ପଠାଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories