www.samajalive.in
Sunday, December 7, 2025
14.1 C
Bhubaneswar

ଶେଷ ନିଃଶ୍ୱାସ ତ୍ୟାଗ ପୂର୍ବରୁ ବଞ୍ଚାଇଲେ ୩୦ ଜୀବନ

ମଦୁରାଇ: ଜଣେ ବସ ଡ୍ରାଇଭର ତାଙ୍କ ମୃତ୍ୟୁର କେଇ ସେକେଣ୍ଡ ପୂର୍ବରୁ ୩୦ ମୂଲ୍ୟବାନ ଜୀବନ ବଞ୍ଚାଇ ଏବେ ଚର୍ଚ୍ଚାରେ । ଡ୍ରାଇଭର ଜଣକ ହୃଦଘାତର ଶିକାର ହେବାମାତ୍ରେ ଚଳନ୍ତା ବସକୁ ତୁରନ୍ତ ବ୍ରେକ ମାରି ରାସ୍ତାକଡରେ ଅଟକାଇ ଦେଇଥିଲେ । କେହି କିଛି ବୁଝିବା ପୂର୍ବରୁ ଡ୍ରାଇଭର ଆସନରେ ତାଙ୍କ ଜୀବନ ଚାଲିଯାଇଥିଲା । ଘଟଣା ଘଟିଛି ମଦୁରାଇରେ । ଏହି ଡ୍ରାଇଭର ଜଣ ତାମିଲନାଡୁ ରାଜ୍ୟ ପରିବହନ ନିଗମରେ ଜଣେ ବସ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । ଗୁରୁବାର ସକାଳେ ୪୪ ବର୍ଷ ବୟସ୍କ ଏହି ଡ୍ରାଇଭର ଏମ ଅରୁମୁଗମ ଆରାପ୍ପାଲାୟାମରୁ କୋଡାଇକେନାଲ ଅଭିମୁଖେ ବସ ନେଇ ବାହାରିଥିଲେ । ବସରେ ଥିଲେ କଣ୍ଡକ୍ଟର ଏସ ଭାଗ୍ୟରାଜ ଏବଂ ୩୦ ଯାତ୍ରୀ । କୋଡାଇକେନାଲ ଯିବାକୁ ହେଲେ ଘାଟି ରାସ୍ତାଦେଇ ଯିବାକୁ ହୁଏ । ବସଟି ସକାଳ ୬.୨୦ରେ ଆରାପ୍ପାଲାୟାମ ଛାଡିଥିଲା । ପ୍ରାୟ ୬.୨୫ରେ ଅରୁମୁଗମ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ତୁରନ୍ତ ବସକୁ ରାସ୍ତାକଡକୁ ନେଇ ଛିଡାକରିବା ପରେ କଣ୍ଡକ୍ଟରଙ୍କୁ ନିଜର ଯନ୍ତ୍ରଣା କଥା କହିଲେ । କଣ୍ଡକ୍ଟର ଆମ୍ବୁଲାନ୍ସକୁ ଫୋନ କରି ଜଣାଇବା ପୂର୍ବରୁ ଡ୍ରାଇଭର ଆସନରେ ବସର ଷ୍ଟିଅରିଂ ଉପରେ ଟଳିପଡିଲେ ଅରୁମୁଗମ୍‍ । ଆମ୍ବୁଲାନ୍ସ କିଛି ସମୟ ମଧ୍ୟରେ ପହଞ୍ଚିଲା, କିନ୍ତୁ ସେତେବେଳକୁ ତାଙ୍କର ପରଲୋକ ଘଟିସାରିଥିଲା । ଅରୁମୁଗମଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି । ତାମିଲନାଡୁ ରାଜ୍ୟ ପରିବହନ ନିଗମର ଉପ ବାଣିଜ୍ୟିକ ପ୍ରବନ୍ଧକ ଯୁବରାଜ କହିଛନ୍ତି ଯେ ଅରୁମୁଗମ ୧୨ ବର୍ଷ ହେଲା ଡ୍ରାଇଭର ଭାବରେ କାର୍ଯ୍ୟ କରିଆସୁଥିଲେ । ତାଙ୍କର ଉପସ୍ଥିତ ବୁଦ୍ଧି ପାଇଁ ୩୦ ମୂଲ୍ୟବାନ ଜୀବନ ରକ୍ଷା ହୋଇଯାଇଥିବାରୁ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସମସ୍ତେ ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories