www.samajalive.in
Saturday, December 6, 2025
14.1 C
Bhubaneswar

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ, ୪୦ ଆହତ

ଲକ୍ଷ୍ନୌ :ଉତ୍ତରପ୍ରଦେଶ କନୌଜ ନିକଟ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ଧକ୍କା ହେବାରୁ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍ । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରୁ  କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ରବିବାର ସକାଳେ ବିହାରର ଦରଭଙ୍ଗାରୁ ଦିଲ୍ଲୀ ଯାଉଥିବା ଏକ ଘରୋଇ ବସ୍ ଆଗ୍ରା-ଲକ୍ଷ୍ନୗ ଏକ୍ସପ୍ରେସୱେରେ ଏକ କାରକୁ ମୁହାଁମୁହିଁ  ଧକ୍କା ଦେଇଥିଲା। ଯାହା ଫଳରେ ଭାରସାମ୍ୟ ହରାଇ ବସ୍‌ଟି ୨୦ ଫୁଟ ତଳକୁ ଖସିପଡିଥିଲା। ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଂଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଉଦ୍ଧାର କାର୍ଯ୍ୟ ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେରେ ପ୍ରାୟ ୪୦ରୁ ଅଧିକ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ସୌରୀଚ ଏବଂ ସାଇଫାଇ ଡାକ୍ତରଖାନାକୁ ପଠାଯାଇଛି ବୋଲି ସୂଚନା ମିଳିଛି। ଦୁର୍ଘଟଣାରେ ଆହତ ହୋଇଥିବା ୪୦ ଜଣଙ୍କ ମଧ୍ୟରେ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏଣୁ  ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରୁଛି ପୁଲିସ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories