www.samajalive.in
Friday, December 5, 2025
27.1 C
Bhubaneswar

ପଶୁଙ୍କ ପ୍ରତି ବର୍ବରତା ଚରମସୀମାରେ, ମାଙ୍କଡ଼କୁ ପିଟି କଳା ରଙ୍ଗ ପକାଇବା ଅଭିଯୋଗରେ ୬ ଗିରଫ

ଭୁବନେଶ୍ବର/ବରେଲୀ : ପଶୁମାନଙ୍କ ପ୍ରତି ବର୍ବରତ ଦିନକୁ ଦିନ ଚରମସୀମାରେ ପହଞ୍ଚିଛି। କେଉଁଠି ବୁଲା କୁକୁରକୁ ପିଟିପିଟି ହତ୍ୟା କରାଯାଉଛି, ତ ଅନ୍ୟ କେଉଁଠି ସେମାନଙ୍କ ପ୍ରତି ଦୁଶ୍ଚିତ ମାନସିକତା ଦେଖିବାକୁ ମିଳୁଛି। କିଛି ଦିନର ବ୍ୟବଧାନ ପରେ ପୁଣି ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ମାଙ୍କଡକୁ ନିର୍ମମ ଭାବେ ପିଟିବା ପରେ କଳା ରଙ୍ଗ ପକାଇବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ ମଧ୍ୟ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ବରେଲୀର ପିଲିବୀତର ମିଥୀ ସଇଦୁଲ୍ଲାଗଞ୍ଜ ଗ୍ରାମରେ ଘଟିଛି।

ସ୍ଥାନୀୟ କିଛି ଗ୍ରାମବାସୀ ଏକ ମାଙ୍କଡ଼ ଧରିବା ପରେ ଅତି ନିର୍ମମ ଭାବେ ପିଟିଥିଲେ। ପରେ ମାଙ୍କଡ଼ ଉପରେ କଳା ରଙ୍ଗ ମଧ୍ୟ ପକାଇଥିଲେ। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ, ମାଙ୍କଡ଼କୁ ଏକ ଦଉଡିରେ ବନ୍ଧା ହୋଇ ବେକକୁ ଚାପି ଦିଆଯାଉଛି। କିନ୍ତୁ ସେ ଦୌଡିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସକ୍ଷମ ହୋଇପାରୁନାହିଁ। ଲୋକମାନେ ସେହି ମାଙ୍କଡ଼କୁ ଅକଥନୀୟ ନିର୍ଯାତନ ଦେବା ସହ ସେହି ଦୃଶ୍ୟର ଭରପୁର ମଜା ନେଉଥିବା ଦେଖିବାକୁ ମିଳୁଛି।

- Advertisement -

ଏହି ଭିଡିଓଟି ଦୁଇ କିମ୍ବା ତିନି ସପ୍ତାହ ପୂର୍ବର କୁହାଯାଉଥିବା ବେଳେ ଏହା ଜୁଲାଇ ୧୩ ତାରିଖର ବୋଲି ଅନୁସନ୍ଧାନରୁ ଜଣାପଡିଛି। ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଂପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୬୦ ହଜାର ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି।

ମାଙ୍କଡ଼ ପ୍ରତି ହୋଇଥିବା ଅତ୍ୟାଚାରକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ କ୍ରୋଧ ଦେଖିବାକୁ ମିଳିଛି। ଏହା ପୂର୍ବରୁ ତେଲେଙ୍ଗାନାର ଏହିପରି ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଠାରେ କିଛି ଲୋକ ମାଙ୍କଡକୁ ପିଟିଥିଲେ ଏବଂ ଅନ୍ୟ ଏକ ମାଙ୍କଡ଼ ସହ ଲଢେଇ କରାଇ ତାହାର ମଜା ନେଇଥିଲେ। ପରେ ପରେ ସେହି ମାଙ୍କଡଟିକୁ ହତ୍ୟା କରାଯାଇ ଗଛରେ ଟାଙ୍ଗି ଦିଆଯାଇଥିଲା।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories