www.samajalive.in
Friday, December 12, 2025
14.1 C
Bhubaneswar

୧୧ କେଭି ବିଦ୍ୟୁତ୍‌ ତାର ସାଜିଛି କାଳ; ଗୋଟିଏ ଦିନରେ ୨ଟି ଦୁର୍ଘଟଣା, ୯ ମୃତ

ଭୁବନେଶ୍ବର/ବ୍ରହ୍ମପୁର/ବାଲେଶ୍ବର: ଫେବୃଆରୀ ଦ୍ବିତୀୟ ରବିବାର ଅଶୁଭ ସାବ୍ୟସ୍ତ ହୋଇଛି।୧୧ କେଭି ବିଦ୍ୟୁତ୍‌ ତାର ଲାଗି ଗୋଟିଏ ଦିନରେ ରାଜ୍ୟର ପୃଥକ ପୃଥକ ସ୍ଥାନରେ ୨ଟି ଦୁର୍ଘଟଣା ଘଟିଛି। ଗୋଟିଏ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାରେ ସୌଭାଗ୍ୟବଶତଃ କାହାର ପ୍ରାଣହାନୀ ଘଟିନାହିଁ।

ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଟୁଲୁ ରାସ୍ତାରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ବସ ଜଳିଯାଇଛି। ଫଳରେ ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ତେଲୁଗୁ ସମ୍ପ୍ରଦାୟର ୯ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏମକେସିଜି ମେଡିକାଲରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି। ୩୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଏକ ପର୍ଯ୍ୟଟକ ବସ୍‌ ବାରିପଦାରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଡଗରା ସମୁଦ୍ର କୂଳ ଅଭିମୁଖେ ଯାଉଥିବା ବେଳେ ସମୁଦ୍ର କୂଳର ୧ କି.ମି. ପୂର୍ବରୁ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା କଥା ଜାଣି ପାରି ଚାଳକ ବସକୁ ପଛକୁ ନେଇ ଯାଇଥିଲେ। ବସ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ୭୦ଟି ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

- Advertisement -

ଏହି ଦୁଇଟି ଘଟଣାରେ ଗୋଟିଏ ସାମଞ୍ଜସ୍ୟ ରହିଛି ତାହା ହେଉଛି ବାଇକ୍। ଗଞ୍ଜାମ ଜିଲାର ଟୁଲୁ ରାସ୍ତାରେ ଏକ ବାଇକକୁ ସାଇଡ଼ ଦେବାକୁ ଯାଇ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଥିବା ବେଳେ ଅନ୍ୟପଟେ ବାଲେଶ୍ବରରେ ବିଦ୍ୟୁତ୍ ତାର ସଂସ୍ପର୍ଶରୁ ବଞ୍ଚିବା ପାଇଁ ଚାଳକ ବସଟିକୁ ପଛକୁ ନେବା ସମୟରେ ପଛରେ ଏକ ବାଇକ ଚାପି ହୋଇଯାଇଛି। ବାଇକ ଚାଳକ ସାମାନ୍ୟ ଭାବେ ଆହତ ହୋଇଛନ୍ତି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories