www.samajalive.in
Friday, December 12, 2025
23.1 C
Bhubaneswar

ହେରିଟେଜ ଭିଜନର ବାର୍ଷିକ ବ୍ୟବସାୟିକ ସମ୍ମିଳନୀ :‘ଇନୋଭିଜନ-୨୦୨୦’ ଉଦ୍‍ଯାପିତ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ମିଳିତ ଉଦ୍ୟମରେ ସଫଳତାର ସହ ନିଯୁକ୍ତିଭିତିକ ପାଠ୍ୟକ୍ରମ ପ୍ରଦାନ କରୁଥିବା ପୂର୍ବ ଭାରତର ପ୍ରମୁଖ ଶିକ୍ଷା ଏବଂ ସାମାଜିକ ଅନୁଷ୍ଠାନ ହେରିଟେଜ୍‍ ଭିଜନ ଏଜୁକେସନାଲ ଟ୍ରଷ୍ଟ (ଏଚ୍ଇଭିଟି)ର ବାର୍ଷିକ ବ୍ୟବସାୟିକ ସମ୍ମିଳନୀ ‘ଇନୋଭିଜନ-୨୦୨୦’ ରବିବାର ହୋଟେଲ ପଦ୍ମଜା ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବ୍ୟବସାୟିକ ସମ୍ମିଳନୀକୁ ଉଦ୍‍ଘାଟନ କରି ମୂଖ୍ୟ ଟ୍ରଷ୍ଟି ତଥା ନିର୍ଦ୍ଦେଶକ ମହେଶ ପଟନାୟକ କହିଥିଲେ ଯେ, ‘ହେରିଟେଜ୍‍ ଭିଜନ ଏଜୁକେସନାଲ ଟ୍ରଷ୍ଟ’ ପୂର୍ବ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ୱଳ୍ପମୁଲ୍ୟରେ ଉନ୍ନତ ମାନର ଶିକ୍ଷା ଓ ତାଲିମ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛି। ଶ୍ରୀ ପଟନାୟକ ଆଗାମୀ ବର୍ଷ ପାଇଁ ହେରିଟେଜ୍‍ ଭିଜନର ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସୁଚନା ଦେଇଥିଲେ। ଏହି ସଭାରେ ଟ୍ରଷ୍ଟର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଅନ୍ୟତମ ଟ୍ରଷ୍ଟି ଶିଶିର ପାଣିଗ୍ରାହୀ କହିଥିଲେ ଯେ, ରାଜ୍ୟରେ ପେଷାଦାର ମନୋଭାବ ରଖିଥିବା ଲୋକଙ୍କୁ ନେଇ ଗଠିତ ହେରିଟେଜ୍‍ ଭିଜନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରସ୍ତୁତ କରି ସେମାନଙ୍କୁ ଜାତୀୟ ଓ ଆର୍ନ୍ତଜାତିକ ସ୍ତରରେ ପ୍ରତିଷ୍ଠିତ କରିବାରେ ସଫଳତା ହାସଲ କରିପାରିଛି। ପ୍ରତିବର୍ଷ ଏହି ସମ୍ମିଳନୀରେ ହେରିଟେଜ୍‍ ଭିଜନ ସଦସ୍ୟ ମାନେ ସେମାନଙ୍କର ଅର୍ନ୍ତନିହିତ ପ୍ରତିଭାର ପରିପ୍ରକାଶ କରିବା ସହ ଆଗାମୀ ବର୍ଷରେ ସଂଗଠନର କାର୍ଯ୍ୟଧାରା କିପରି ହେବ ସେ ସମ୍ପର୍କରେ ପସ୍ତାବ ପ୍ରଦାନ କରିଥାନ୍ତି। ୨୦୧୪ରୁ ଏହାର ସାମାଜିକ ଶାଖା ହେରିଟେଜ୍‍ ଭିଜନ ସୋସିଆଲ ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଟ୍ୟାଲେନଟ ଅଲିମ୍ପିଆଡ୍‍- ‘ଦି ୟୁଥ୍‍ ପ୍ରାଇମିନିଷ୍ଟର’ ଭଳି ସଫଳ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ଟ୍ରଷ୍ଟି ମନୋଜ ପଟନାୟକ, ଉପଦେଷ୍ଟା ମିହିର ପଟନାୟକ ଓ ବିଭିନ୍ନ ୟୁନିଟର ସଂଯୋଜକ ମାନେ ଉଦ୍‍ବୋଧନ ଦେଇଥିଲେ। ପ୍ରାରମ୍ଭରେ ଟ୍ରଷ୍ଟ ପକ୍ଷରୁ ହେରିଟେଜ୍‍ ଭିଜନ ର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଏକ ଧ୍ୱନି ଓ ଚିତ୍ର କାର୍ଯ୍ୟକ୍ରମ କଣ୍ଢେଇ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଶେଷରେ ହେରିଟେଜ୍‍ ଭିଜନ ସଦସ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ କର୍ମଚାରୀ ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories