କନ୍ଧମାଳ କଳିଙ୍ଗା ଘାଟିରେ ପିକନିକ ବସ ଦୁର୍ଘଟଣା, ୧୫ ଆହତ

ଫୁଲବାଣୀ: କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ପିକନିକ ବସ ଦୁର୍ଘଟଣା। କଳିଙ୍ଗା ଘାଟିର ଅନ୍ଧାରକୋଟି ଅଞ୍ଚଳରେ ବସ ଦୁର୍ଘଟଣା ଘଟି ୧୫ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପଶ୍ଚିମ ବଙ୍ଗରୁ ଯାତ୍ରୀଙ୍କୁ ନେଇ ବସ ଆସିଥିଲା।

 

କନ୍ଧମାଳରୁ ପିକନିକ ସାରି ଫେରୁଥିବାବେଳେ ବସଟି କଳିଙ୍ଗାଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାତି ହୋଇଥିବାରୁ ବସ ଦୁର୍ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ତାହା ସଠିକ ଭାବେ ଜଣାପଡ଼ିନାହିଁ। ତେବେ କିଛି ଲୋକ ବସ ଚକାତଳେ ଚାପି ହୋଇଯାଇଥିବା ସୂଚନା ମିଳିଛି। ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି।

Comments are closed.