www.samajalive.in
Monday, December 15, 2025
16.1 C
Bhubaneswar

ବୁର୍ଲା ଭିମସାରରେ କର୍ମଚାରୀ ପଦୋନ୍ନତିରେ ଅନିୟମିତତାକୁ ନେଇ କର୍ମଚାରୀ ମହଲରେ ଚର୍ଚ୍ଚା

ବୁର୍ଲା : ବୁର୍ଲା ଭିମସାରରେ ଗତ ୨୦୧୯ ମସିହାରେ ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଥିଲା। ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ତୃତିୟ ଶ୍ରେଣୀକୁ ପଦୋନ୍ନତି ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ପଦୋନ୍ନତି ହୋଇଥିବା ନେଇ ଏହି ଅଭିଯୋଗ ଉଠିଥିବା ବେଳେ ଯାଞ୍ଚ ବର୍ତ୍ତମାନ ସୁଦ୍ଧା ହୋଇ ପାରି ନାହିଁ। ପୁଣି ଗତକାଲି ୧୪ ତାରିଖରେ ଭିମସାରର ଚତୁର୍ଥ ଶ୍ରେଣୀରୁ ତୃତୀୟ ଶ୍ରେଣୀକୁ ପଦୋନ୍ନତି ପ୍ରକ୍ରିୟା ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କ ଅଧ୍ୟକ୍ଷତାରେ ହୋଇଥିଲା।

ଏଥିରେ କମ୍ପ୍ୟୁଟର ପରୀକ୍ଷାର ଏକ ସ୍ୱତନ୍ତ୍ର ବାଟ ବାହାର କରାଯାଇଥିଲା ଯେଉଁଥିରେ ହସପିଟାଲର ଏବଂ କଲେଜ କର୍ମଚାରୀଙ୍କ ମଧ୍ୟରେ ପାତରଅନ୍ତର ନିତି ପ୍ରତିପୋଷଣ ହୋଇଥିôଲା। କଲେଜ ପାଖ କର୍ମଚାରୀଙ୍କ ପାଇଁ କିଛି କର୍ମଚାରୀ ଆନ୍ତରିକତା ଦେଖାଉଥିବା ତଥା ନିର୍ଘଣ୍ଟ ସମୟ ଆବିଧିକୁ ମଧ୍ୟ ବର୍ଦ୍ଧିତ କରାଯିବାକୁ ନେଇ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏତଦ ବ୍ୟତିତ ଚତୁର୍ଥ ଶ୍ରେଣୀରୁ ତୃତୀୟ ଶ୍ରେଣୀ ହେବା ପାଇଁ ରେଗୁଲାର ଭାବରେ ୮ ବର୍ଷ ରହିବା କଥା ଓ ଦ୍ୱିତୀୟ ସ୍ତରକୁ ଯିବା ପାଇଁ ଆହୁରି ୩ ବର୍ଷର ଚାକିରୀ କରିଥିଲେ ଯାଇ ସେମାନେ କିରାଣୀ ସ୍ତର ପହଞ୍ଚି ପାରିବେ। କୌଣସି କର୍ମଚାରୀ ସିଧାସଳଖ ଝାଡ଼ୁଦାର/ଆଟେଣ୍ଡାଣ୍ଟ/ପିଅନ ପଦବୀରୁ ସିଧାସଳଖ କନିଷ୍ଠ କିରାଣୀ ହୋଇପାରିବେ ନାହିଁ।

- Advertisement -

ଯାହାକି ୨୦୧୯ ମସିହାରେ ହୋଇଥିବା ପଦୋନ୍ନତିରେ ଅନିୟମିତତା ହୋଇଥିବା ଖବର ଆମ ଖବର କାଗଜ ସମାଜରେ ପ୍ରକାଶିତ ହେବାର ନାଜିର ରହିଛି। ଏହାକୁ ନେଇ କର୍ତ୍ତୃପକ୍ଷ ଉଚିତ ଭାବରେ କିପରି ସରକାରୀ ନିୟମ ମୁତାବକ କମ୍ପ୍ୟୁଟର ପରୀକ୍ଷା ଭିମସାର ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ଉପସ୍ତିତିରେ କରାଗଲେ ସମାସ୍ୟାର ନିରାକରଣ ହୋଇ ପାରିବ ବୋଲି ମତପ୍ରକାଶ ପାଉଛି। ଏହାକୁ ନେଇ ବୁର୍ଲା ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କୁ ଯୋଗାଯୋଗ କରାଯିବା ଫଳରେ ଏହା କେବଳ ଏକ ମନଗଢ଼ା କଥା ସମସ୍ତ ପଦୋନ୍ନତି ଚୟନ ପ୍ରକ୍ରିୟା କଡ଼ାକଡ଼ି ଭାବରେ କରାଯାଇଛି। ତେବେ ଯଦିବା ଏପରି କିଛି ହୋଇଥିବା ନଜରକୁ ଆସେ ତା ହେଲେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories