www.samajalive.in
Saturday, December 6, 2025
16.1 C
Bhubaneswar

ତୃତୀୟ ବର୍ଷରେ ପଦାର୍ପଣ କଲା ଡ଼ାକ୍ତର ରାମଚନ୍ଦାନିଙ୍କ ଏକ ଟଙ୍କିଆ କ୍ଲିନିକ

ବୁର୍ଲା : ବୁର୍ଲା ଭିମସାରର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ ତିନିବର୍ଷରେ ପଦାର୍ପଣ କରିଛି।ତେବେ ଏହି ଦୁଇବର୍ଷ ପୁର୍ତ୍ତି ଅବସରରେ ରବିବାର ଡାକ୍ତର ରାମଚନ୍ଦାନୀ ରୋଗୀ ସେବାକୁ ଅନ୍ୟ ଏକ ଦିଗ ଦେଇଛନ୍ତି। ଏହି ଉପଲକ୍ଷେ ଡାକ୍ତର ରାମଚନ୍ଦାନୀ ନିଜ ବ୍ୟବହାର କରୁଥିବା କାରକୁ ଜୁନାପାନି କୁଷ୍ଠ କଲୋନି ନିବାସୀଙ୍କ ଉଦେଶ୍ୟରେ ସମର୍ପିତ କରି ପୁଣି ଚର୍ଚ୍ଚାର ପରିସର ଭୁକ୍ତ ହୋଇଛନ୍ତି। ତାଙ୍କର ଏହି ପଦକ୍ଷେପକୁ ସମସ୍ତ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।
ମୁଁ ଡକ୍ଟର ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ ,ଏଭଳି ଏକ ସୂଚନା ନିଜର କଳା ରଙ୍ଗର କାରରେ ଲେଖିଛନ୍ତି। ତେବେ ଏହି କାରକୁ ଡାକ୍ତର ଶଙ୍କର ରାମଚନ୍ଦାନୀ ନିଜ କାମରେ ବ୍ୟବହାର କରୁଛନ୍ତି। ତେବେ କାରରେ ଏହି ସୂଚନା ଲେଖାଯିବାର କାରଣ ହେଉଛି ଡାକ୍ତର ରାମଚନ୍ଦାନୀଙ୍କ ଦ୍ୱାରା ବୁର୍ଲା ସହରରେ ଖୋଲାଯାଇଥିବା ଟଙ୍କିକିଆ କ୍ଲିନିକକୁ ଦୁଇବର୍ଷ ପୁରିବା ସହିତ ତୃତୀୟ ବର୍ଷରେ ପାଦ ଥାପିଲା ।
ତେବେ ଡାକ୍ତର ରାମଚନ୍ଦାନୀ ନିଜେ ବ୍ୟବହାର କରୁଥିବା ଏହି ୧୨ ଲକ୍ଷ ଟଙ୍କାର କାରକୁ ରବିବାର ଠାରୁ ବୁର୍ଲା ଜୁନାପାଣି କୁଷ୍ଟରୋଗୀ କଲୋନୀର ରୋଗୀଙ୍କୁ ମେଡିକାଲ ନେବା ଆଣିବା କରିବା ପାଇଁ ଉତ୍ସର୍ଗ କରିଥିବା ରାମଚନ୍ଦାନୀ କହିଛନ୍ତି। ଏହି ଅବସରରେ ଟଙ୍କିକିଆ କ୍ଲିନିକ ପରିସରରେ ପୂଜାପାଠ କରାଯାଇଥିଲା। କୁଷ୍ଟରୋଗୀ କଲୋନୀର ତିନିଜଣ ଭିନ୍ନକ୍ଷମ ବୃଦ୍ଧଙ୍କୁ ଆଶାବାଡି ମଧ୍ୟ ପ୍ରଦାନ କରିଥିଲେ ଡାକ୍ତର ରାମଚନ୍ଦାନୀ।

ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ ଡାକ୍ତର ରାମଚନ୍ଦାନୀ ମାଗଣା ଔଷଧ ସେବା ଆରମ୍ଭ କରିବା ସହିତ ଗରୀବ ଅସହାୟ ରୋଗୀଙ୍କ ରାତ୍ରି ଆଶ୍ରୟ ପାଇଁ କ୍ଲିନିକ୍ ମଧ୍ୟରେ ବ୍ୟବସ୍ଥା କରିଥିଲେ। ତେବେ ରବିବାର ଦ୍ୱିତୀୟ ବର୍ଷ ପୁର୍ତ୍ତି ଅବସରରେ ନିଜ କାରକୁ କୁଷ୍ଟରୋଗୀ କଲୋନୀର ଅନ୍ତେବାସୀ ମାନଙ୍କୁ ମେଡିକାଲ ତଥା ତାଙ୍କ କ୍ଲିନିକକୁ ଯିବାଆସିବା କରିବାରେ ବ୍ୟବହାର ପାଇଁ ଉତ୍ସର୍ଗ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କାରରେ ଲେଖାଥିବା ସୂଚନା ଫଳକକୁ ଦେଖି ଲୋକଙ୍କ ମଧ୍ୟରେ ଭିନ୍ନ ଚର୍ଚ୍ଚା ସହ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି। ଡାକ୍ତର ରାମଚନ୍ଦାନୀଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଳରେ ପ୍ରଶଂସା କରାଯିବା ସହିତ ସାମାଜିକ ଗଣମାଧ୍ୟମରେ କାରରେ ଲେଖାହୋଇଥିବା ସୂଚନା ଫଳକ ଏବେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ରାଜ୍ୟରେ ଏଭଳି ଘଟଣା ପ୍ରଥମ ବୋଲି ଜଣାପଡିଛି। ଜଣେ ଡାକ୍ତର ନିଜର ୧୨ଲକ୍ଷ ଟଙ୍କାର କାରକୁ ରୋଗୀ ସେବାରେ ଆମ୍ବୁଲାନ୍ସ ସଦୃଶ୍ୟ ଉତ୍ସର୍ଗ କରିବା ଏହା ପ୍ରଥମ ଏବଂ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସ୍ଥାନୀୟ ମହଲରେ ମତପ୍ରକାଶ ପାଉଛି। ତେବେ ପୁର୍ବରୁ ମଧ୍ୟ ଡ଼ାକ୍ତର ରାମଚନ୍ଦାନିଙ୍କ ବିଭିନ୍ନ ସାମାଜିକ କାର୍ଯ୍ୟ ତଥା ଅନେକ ରୋଗୀ ତଥା ଅସହାୟଙ୍କୁ ହଜାର ହଜାର ଟଙ୍କା ଦାନ କରାଯିବା ଘଟଣାକୁ ନେଇ ଚର୍ଚ୍ଚାର ପରିସରଭୁକ୍ତ ହୋଇଆସୁଛନ୍ତି। ତେବେ ଏହି ଏକ ଟଙ୍କିକିଆ କ୍ଲିନିକ ବୁର୍ଲା ସମେତ ପଦମପୁର ତଥା ଅନ୍ୟାନ୍ୟ ସ୍ଥାନରେ କରିବା ଦିଗରେ ଡ଼ାକ୍ତର ରାମଚନ୍ଦାନି ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories