www.samajalive.in
Saturday, December 6, 2025
14.1 C
Bhubaneswar

ବୁର୍ଲାର ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିରରେ ବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା

ବୁର୍ଲା: ବୁର୍ଲା ଭିସୁଟ ମାର୍ଗ ନିକଟରେ ନବନିର୍ମିତ ଶ୍ରୀ ଶ୍ରୀ ସଙ୍କଟମୋଚନ ବୀର ହନୁମାନଙ୍କ ଭବ୍ୟ ମନ୍ଦିରର ବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ହଜାର ହଜାର ମାତ୍ରାରେ ଭକ୍ତଗଣଙ୍କ ଉପସ୍ତିତିରେ ଅନୁଷ୍ଠିତ ହେଉଛି। ଆଜି ମଙ୍ଗଳବାର ଦିନ ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିରରେ ଦେବତା ମହାସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଦୁର୍ଲଭ ମହାସ୍ନାନକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ରେ ମନ୍ଦିର ପ୍ରାଙ୍ଗଣ ଭରି ରହିଥିଲା। ବୁର୍ଲା ସହର ସମେତ ଆଖପାଖ ଅଞ୍ଚଳର ବାସୀନ୍ଦାଙ୍କ ସମେତ ସମ୍ବଲପୁର, ବରଗଡ଼ ଅଞ୍ଚଳ ସମେତ ସୁଦୁର ବାହାର ପ୍ରାନ୍ତରରୁ ମଧ୍ୟ ହଜାର ହଜାର ମାତ୍ରାରେ ଶ୍ରଦ୍ଧାଳୁଙ୍କ ସହିତ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଏହି ଉତ୍ସବରେ ସାମିଲ ରହି ସଙ୍କଟମୋଚନ ବୀର ହନୁମାନଙ୍କ ଆଶିଷ ଲାଭ କରିଥିଲେ। ଏପରିକି ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କର ଶ୍ରଦ୍ଧାଳୁ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଉତ୍ସବରେ ସାମିଲ ରହିଥିଲେ। ଏହାପରେ ବାହାର ସ୍ଥାନ ତଥା ଆଖପାଖ ଅଞ୍ଚଳରୁ ଆସିଥିବା ବରେଣ୍ୟ ବିଦ୍ୱାନ ପଣ୍ଡିତଙ୍କ ମନ୍ତ୍ରପାଠ ମାଧ୍ୟମରେ ପ୍ରାସାଦ ଅଧିବାସ ଏବଂ ବୀର ହନୁମାନଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ ମହାଯଜ୍ଞରେ କର୍ତ୍ତା ଭାବରେ ବରିଷ୍ଠ ନାଗରିକ ଦୁତୀକୃଷ୍ଠ ପାଢ଼ୀ ଏବଂ ତାଙ୍କ ସହଧର୍ମୀଣୀ ସୁଲୋଚନା ପାଢ଼ୀ କର୍ତ୍ତା ଭୁମିକା ସମ୍ପାଦନ କରିଥିଲେ। ଏହା ସହିତ ଦେବତାଙ୍କ ବିଗ୍ରହକୁ ଯଜ୍ଞମଣ୍ଡପ ଚାରିପଟେ ବୁଲାଇବା ପରେ ଯଜ୍ଞମଣ୍ଡପରେ ସ୍ଥାପିତ କରାଯାଇଥିଲା। ଏହାପରେ ଯାଇ ବୀର ହନୁମାନଙ୍କ ପ୍ରାଣପ୍ରତିଷ୍ଠା ମନ୍ଦିର ମଧ୍ୟରେ ରହିଥିବା ବୀର ହନୁମାନଙ୍କ ପ୍ରତିମୁର୍ତ୍ତିରେ ଅନୁଷ୍ଠିତ ହୋଇଥିବା ବେଳେ ଶହ ଶହ ମାତ୍ରାରେ ଶ୍ରଦ୍ଧାଳୁ ଏହି ସମୟରେ ଉପସ୍ତିତ ରହି ଏହି ନିଆରା ଉତ୍ସବର ସାକ୍ଷୀ ରହି ବୀର ହନୁମାନଙ୍କ ଆଶିଷ ଲାଭ କରି ଦଣ୍ଡବତ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories