www.samajalive.in
Saturday, December 6, 2025
17.1 C
Bhubaneswar

ଭାରିଆଣ୍ଟ ଜାଣିବା ପାଇଁ କରୋନା ଆକ୍ରାନ୍ତ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱାବ ଯିବ ଆଇଏଲଏସ

ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ରସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ସଂସ୍ତାନ(ଭିମସାର)ମେଡ଼ିକାଲ କଲେଜରେ ପଢୁଥିବା ପ୍ରାୟ ୭୦ ଜଣ ଡ଼ାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏମାନେ ଏମବିବିଏସର ବିଭିନ୍ନ ବର୍ଷରେ ପଢୁଛନ୍ତି। ଏଣେ ରହୁଥିବା ହଷ୍ଟେଲର ଜଣେ କର୍ମଚାରୀ ମଧ୍ୟ ସଂକ୍ରମିତ ଥିବା ପ୍ରକାଶ। ସଂକ୍ରମିତ ମାନଙ୍କ ଠାରେ ସଂକ୍ରମିତ ଭୂତାଣୁର ପ୍ରଜାତି ବା ଭାରିଆଣ୍ଟ ବାବଦରେ ସ୍ପଷ୍ଟ ହେବା ପାଇଁ ଭିମସାର କର୍ତ୍ତୃପକ୍ଷ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
କରୋନା ସଂକ୍ରମିତ କୁହାଯାଉଥିବା ୨୧ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନାକୁ ଜିନୋମସିକ୍ୱେଂସିଂ ପାଇଁ ଭୁବନେଶ୍ୱରର ଜୀବବିଜ୍ଞାନ ପ୍ରତିଷ୍ଟାନ-ଆଇଏଲଏସର ପରୀକ୍ଷାଗାରକୁ ପଠାଯିବ। ଏଥିପାଇଁ  ସେମାନଙ୍କ ଠାରୁ ମାଇକ୍ରୋବାଇଲୋଜି ବିଭାଗ ସ୍ୱାବ ସଂଗ୍ରହ କରାଯାଇଥିବା ପ୍ରକାଶ। ସେହି ସଂକ୍ରମିତ ଅଧିକାଂଶ ଛାତ୍ରଛାତ୍ରୀ ଦ୍ୱିତୀୟ ଡ଼ୋଜ କୋଭିଡ଼ ଟୀକା ନେଇଛନ୍ତି। ଏହା ସତ୍ୱେ ସେମାନେ କିଭଳି କରୋନା ସଂକ୍ରମିତ ହେଲେ, ତାହା ପରୀକ୍ଷା ପରେ ଜଣାପଡ଼ିବ। ଯଦି ଏମାନଙ୍କ ଠାରେ ନୂଆ ପ୍ରକାରର ଭୂତାଣୁ ଥିବା ତାହା ଆଇଏଲଏସରେ ସ୍ୱାବର ସଘନ ସମୀକ୍ଷା ଉତ୍ତାରୁ ଜଣା ପଡ଼ିବ ବୋଲି କୁହାଯାଉଛି। ତେବେ ସଂକ୍ରମିତଙ୍କ ମଧ୍ୟରୁ କେତେକଙ୍କୁ ଭିମସାର କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଚାରୀ ଜଣ ହାଉସ ସର୍ଜନଙ୍କୁ ସେମାନଙ୍କ ଛାତ୍ରାବାସରେ ସଙ୍ଗରୋଧରେ ରଖାଯାଇଛି। ଭିମସାର କୋଭିଡ଼ ହସପିଟାଲରେ ସମୁଦାୟ ୭୦ ଜଣ କୋଭିଡ଼ରୋଗୀ ଚିକିତ୍ସାଧିନ ରହିଥିବା ବେଳେ ସେଥିମଧ୍ୟରୁ ୩୩ ଏବଂ ମହିଳା ୨୬ ଜଣ ରହିଥିବା ସୁଚନା ହସ୍ତଗତ ହୋଇଛି। ଏହାକୁ ନେଇ  ଭିମସାର ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ଯୋଗାଯୋଗ କରାଯିବା ଫଳରେ ଭିମସାର କୋଭିଡ଼ ହସପିଟାଲରେ ୪୦ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଚିକିତ୍ସାଧିନ ରହିଥିବା ସୁଚନା ଦେଇଥିଲେ। ଭିମସାର ପକ୍ଷରୁ ସବୁଦିଗ ଉପରେ ଧ୍ୟାନ ଦିଆଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ ସୁଚନା ଦେଇଛନ୍ତି। ଏହି ଛାତ୍ରଛାତ୍ରୀ ମାନଙ୍କ ଠାରେ କୈାଣସି ଲକ୍ଷଣ ନ ଥିଲା ଏବଂ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିଛି ବୋଲି ସେ କହିଛନ୍ତି।
ଅବରୋଧ ଜୋନ ଘୋଷିତ ହୋଇଥିବା ଛାତ୍ରାବାସ, ଛାତ୍ରୀନିବାସ ମାନଙ୍କ ମଧ୍ୟକୁ ପ୍ରବେଶ ଏବଂ ବାହାରିବାକୁ ବାରଣ କରାଯିବା ସହିତ ଏହା ସମ୍ମୁଖରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବ୍ୟାରିକେଡ଼ ଲଗାଇ ଦିଆ ଯାଇଛି। ଜରୂରୀ ସେବା ବ୍ୟତୀତ ଅନ୍ୟ କାର୍ଯ୍ୟ ପାଇଁ ଅବରୋଧ ଜୋନ ମଧ୍ୟକୁ ଅନ୍ୟମାନଙ୍କ ଯିବା ଆସିବା ଉପରେ ପ୍ରଶାସନ କଟକଣା ଜାରୀ କରିଛନ୍ତି। ଏହି ଅବରୋଧ ଜୋନ ଘୋଷିତ ୫ ହଷ୍ଟେଲ ପାଶ୍ୱର୍ରେ ଥିବା କ୍ୱାର୍ଟର ଓ ଅନ୍ୟ ହଷ୍ଟେଲ ଗୁଡ଼ିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବଫରଜୋନ କରାଯାଇଛି। ଭିମସାରର ଡ଼ାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ଉତାରୁ ବୁର୍ଲା ସହରରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଆଦି ନିୟମକୁ ପାଳନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଜରିଆରେ ଜନସାଧାରଣଙ୍କୁ ନିବେଦନ କରାଯିବା ସହିତ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଭିମସାର ବାବଦରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ରମହାପାତ୍ରଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲାପାଳ ଶୁଭମ ସସ୍କେନା ଡ଼ାକ୍ତରଖାନାର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ସ୍ଥିତିର ପରିଚାଳନା ଏବଂସତର୍କତା ପାଇଁ  ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଭିଡ଼ିଓ କନଫରେସିଂ ଜରିଆରେ ଆଲୋଚନା କରିଥିବା ଜଣାପଡ଼ିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories