ଦିନ ୧୧ଟା – ମୁଖ୍ୟ ଖବର

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ, ଏହା ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ

ଅଧିବେଶନର ପ୍ରଥମ ଦିନରେ ଆଜି ସରକାର କୃଷି ଆଇନ ଉଚ୍ଛେଦ ବିଧେୟକକୁ ଲୋକସଭାରେ ଆଗତ କରିବେ

ଆଜି ମାର୍ଗଶିର କୃଷ୍ଣ ଦଶମୀରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ‘ପଇତାଲାଗି’ ନୀତି ଅନୁଷ୍ଠିତ ହେବ, ଅପରାହ୍ଣ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ, ପ୍ରାୟ ୨୫ଦିନ ଧରି ଏହି ଅଧିବେଶନ ବସିବ, ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ

ଦକ୍ଷିଣ ଆଫ୍ରିକା ଫେରନ୍ତା ମହାରାଷ୍ଟ୍ରରେ କୋଭିଡ ସଂକ୍ରମିତ ଚିହ୍ନଟ

ପୂର୍ବ ଲଦାଖରେ ଚୀନ ମୁତୟନ କରୁଛି କ୍ଷେପଣାସ୍ତ୍ର ରେଜିମେଣ୍ଟ, ତିଆରି କରୁଛି ନୂଆ ରାଜପଥ
ରାଜ୍ୟରେ ନୂଆ ୧୯୭ ଆକ୍ରାନ୍ତ; ୨ ମୃତ

ମୃତକ ଦୁଇଜଣ ବରଗଡ ଜିଲାର

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୧୫ ଏବଂ ସ୍ଥାନୀୟ ସଂକ୍ରମିତ ୮୨ ଜଣ

୧୮ ବର୍ଷରୁ କମ୍‍ ବୟସର ୨୫ ଜଣ ଆକ୍ରାନ୍ତ

ବାଲେଶ୍ୱରରୁ ୨, ବରଗଡ ୧, ଭଦ୍ରକ ୩, କଟକ ୬, ଦେବଗଡ ୩, ଢେଙ୍କାନାଳ ୪, ଗଞ୍ଜାମ ୧, ଜଗତସିଂହପୁର ୨ ଏବଂ ଯାଜପୁରରୁ ୮ ଚିହ୍ନଟ

ଝାରସୁଗୁଡା ୫, କେନ୍ଦ୍ରାପଡା ୨, କେନ୍ଦୁଝର ୧, ଖୋର୍ଦ୍ଧା ୯୪, ମୟୁରଭଞ୍ଜ ୯, ନବରଙ୍ଗପୁର ୨, ନୟାଗଡ ୩, ରାୟଗଡା ୧, ସମ୍ବଲପୁର ୧୬, ସୁନ୍ଦରଗଡ ୧୨ ଓ ଷ୍ଟେଟପୁଲରୁ ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି

prayash

ଦିନକ ମଧ୍ୟରେ ୨୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩୮୦୮୫ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ରାଜ୍ୟରେ ୨୩୩୩ ଜଣ ସକ୍ରିୟ କରୋନା ରୋଗୀ ଥିବା ଜଣାଯାଇଛି

ଦେଶରେ ଚିହ୍ନଟ ହେଲେ ୮୩୦୯ ନୂଆ କରୋନା ରୋଗୀ; ୨୩୬ ମୃତ

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୬୮,୭୯୦କୁ ବୃଦ୍ଧି

ଦିନକ ମଧ୍ୟରେ ୯୯୦୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ମୋଟ ୩,୪୦,୦୮,୧୮୩ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ଦେଶରେ ୧,୦୩,୮୫୯ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦୈନିକ ସଂକ୍ରମଣ ହାର ୧.୦୯% ଏବଂ ସାପ୍ତାହିକ ହାର ୦.୮୫%

ଆରୋଗ୍ୟ ହ।ର ୯୮.୩୪%

ରବିବାର ସଂଧ୍ୟାସୁଦ୍ଧା ଦେଶରେ ମୋଟ ୧୨୨.୪୧ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

Comments are closed.