www.samajalive.in
Saturday, December 6, 2025
14.1 C
Bhubaneswar

ଅଭିନେତା ଅଟଳଙ୍କୁ ଭେଟିଲେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ

ବୁର୍ଲା: ଗୁରୁତର ଅସୁସ୍ଥ ହୋଇ ବୁର୍ଲା ଭିମସାରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ସମ୍ବଲପୁରୀ ଚଳଚିତ୍ର ଜଗତର ଶଲାବୁଢାର ଅଭିନେତା ବର୍ଷିଆନ କଳାକାର ଡ ଅଟଳ ବିହାରୀ ପଣ୍ଡା। ତେବେ ବର୍ତ୍ତମାନ ଶ୍ରୀ ପଣ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କୁ ବୁର୍ଲା ମେଡିସିନ ବିଭାଗର ଏକ କ୍ୟାବିନରେ ରଖାଯାଇ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ତେବେ ଶ୍ରୀ ପଣ୍ଡା ଜଣେ ରାଜ୍ୟର ଜଣେ ସୁପରିଚିତ କଳାକାର ହୋଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣି କଲାକାର ମାନେ ତାଙ୍କ ଆସୁ ଆରୋଗ୍ୟ କାମନା କରୁଛନ୍ତି।

ତେବେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ସମେତ ସମାଜ ସେବୀ ନିହାଲ ସିଂ ଆଜି ବୁର୍ଲା ଭିମସାରରେ ଶ୍ରୀ ପଣ୍ଡାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ। ଏହାପରେ ପଦ୍ମଶ୍ରୀ ଜୀତେନ୍ଦ୍ର ହରିପାଲ ଏବଂ ନିହାଲ ସିଂ ଉଭୟେ ଯାଇ ଶ୍ରୀ ପଣ୍ଡାଙ୍କ ଚିକିତ୍ସା ସେବା ବୁଝୁଥିବା ମେଡିସିନ ବିଭାଗର ଡାକ୍ତର ବୁଟୁକେଶ୍ୱର ପ୍ରଧାନଙ୍କୁ ଭେଟି ଶ୍ରୀ ପଣ୍ଡାଙ୍କ ଚିକିତ୍ସା ବ୍ୟବସ୍ଥା କିଭଳି ଚାଲିଛି ସେ ବିଷୟରେ ଆଲୋଚନା କରିବା ସହିତ ଶ୍ରୀ ପଣ୍ଡା କିଭଳି ଶିଘ୍ର ସୁସ୍ଥ ହୋଇପାରିବେ ସେଥିପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ପଦ୍ମଶ୍ରୀ ଜୀତେନ୍ଦ୍ର ହରିପାଲ ଏବଂ ନିହାଲ ସିଂଙ୍କ ସହିତ ଭିମସାର ଷ୍ଟିୱାର୍ଡ ଅଶ୍ୱିନୀ ମେହେର ମଧ୍ୟ ଉପସ୍ଥିତ ରହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories