www.samajalive.in
Friday, December 5, 2025
20.1 C
Bhubaneswar

ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ମୃତ, ୩ ଉଦ୍ଧାର : ୭ ନିଖୋଜ

ଚିତ୍ରକୋଣ୍ଡା: ଗତ କାଲି ରାତିରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସିଲେରୁ ନଦୀରେ ଦୁଇଟି ଦେଶୀ ଡଙ୍ଗା ବୁଡିଯିବାରୁ ଜଣେ ଶିଶୁର ମୃତ୍ୟୁ ଘଟିଛି। ନଦୀ ଗର୍ଭରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୭ ଜଣ ନିଖୋଜ ଅଛନ୍ତି। ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ଏଗାର ଜଣ ଲୋକ ଆନ୍ଧ୍ରକୁ କାମ କରିବାକୁ ଯାଇ କରୋନା କଟକଣା ପାଇଁ ଫେରି ନଥିଲେ। ଗତକାଲି ବହୁ କଷ୍ଟରେ ଫେରୁଥିଲେ ଆନ୍ଧ୍ରରୁ ଓଡିଶାକୁ ଆସିବାକୁ। କରୋନା କଟକଣା ଡରରେ ସେମାନେ ଗତକାଲି ବିଳମ୍ବିତ ରାତିରେ ଲୁଚି ସିଲେରୁ ନଦୀ ପାର ହେଉଥିଲେ। ସେମାନଙ୍କ ମଧ୍ୟରେ ୧୦ ଜଣ ବୟସ୍କ ଏବଂ ଜଣେ ଶିଶୁ ଥିଲେ। ଦୁଇଟି ଦେଶୀ ମାଛ ଧରା କାଠ ଡଙ୍ଗାରେ ସେମାନେ ଆଗ ପଛ ହୋଇ ଫେରୁଥିବାବେଳେ ପ୍ରଥମ ଡ଼ଙ୍ଗାଟି ନଦୀ ଭିତରେ ଥିବା ଏକ ଖୁଣ୍ଟରେ ବାଡେଇ ହୋଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପ୍ରଥମ ଡ଼ଙ୍ଗାରେ ଥିବା ଛଅ ଜଣ ଲୋକ କିଛି ସମୟ ପହଁରି ପହଁରି ପଛ ଡଙ୍ଗାରେ ଚଢିବାକୁ ଚେଷ୍ଟା କରିଥିଲେ। ସେହି ଡ଼ଙ୍ଗାଟି ଛୋଟ ଥିବାରୁ ଦୁଇଟି ଡଙ୍ଗାର ଲୋକ ଗୋଟିଏ ଡଙ୍ଗାରେ ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ, ଦ୍ୱିତୀୟ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଫଳରେ ଡ଼ଙ୍ଗାରେ ଥିବା ଲୋକମାନେ ବୁଡ଼ି ଯାଇଥିଲେ। ସେଥି ମଧ୍ୟରୁ ତିନି ଜଣ ଲୋକ ପହଁରି ପହଁରି କନ୍ଧଗୁଡ଼ା ଘାଟରେ ପହଁଚିଲା ପରେ ଉକ୍ତ ଖବର ଗାଁରେ ଲୋକମାନେ ଜାଣି ନଦୀ ଘାଟରେ ପହଂଚି ଖୋଜାଖୋଜି କରିଥିଲେ। ଖବର ପାଇ ରାତି ୧୦.୩୦ଟାରେ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନଭ ଦୋରା, ଆରଆଇ ନାରାୟଣ ମହାରଣା ଓ ତାଙ୍କ ଟିମ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଘଟଣାସ୍ଥଳରେ ପହଂଚିଥିଲେ। ପରେ ଅଗ୍ନିଶମ ବାହିନୀ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ ଆର୍‍ମ୍ଭ କରିଥିଲା। ସୂଚନା ଅନୁଯାୟୀ ଦୁଇଟି ଡ଼ଙ୍ଗାରେ ଥିବା ଏଗାର ଜଣଙ୍କ ଲୋକ ମଧ୍ୟରୁ ତିନି ଜଣ ପହଁରି ପହଁରି ଉଦ୍ଧାର ହୋଇଛନ୍ତି। ନଦୀରୁ ଜଣେ ତିନି ବର୍ଷର ଝିଅର ମୃତ ଦେହ ମିଳିଥିବା ବେଳେ ସାତ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜାଖୋଜି ଜାରି ରହିଛି। ଉକ୍ତ ସାତ ଜଣ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ଗୁଣ୍ଠାୱାଡା ଗ୍ରାମର ହୋଇଥିବା ବେଳେ ପାଞ୍ଚ ଜଣ କନ୍ଧଗୁଡ଼ା ଗ୍ରାମର ବୋଲି ଜଣା ପଡିଛି। ଏହିମାନେ ତେଲେଙ୍ଗାନାର ହାଇଦରାବାଦର ସାଙ୍ଗରେଡିରେ ଇଟା ଭାଟିରେ ଦାଦନ ଖଟିବାକୁ ଯାଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories